Entertainment

ବକ୍ସ ଅଫିସରେ ମୁହାଁ ମୁହିଁ ହେବେ ଆମିର୍ ଖାନ୍ ଓ ରଜନୀକାନ୍ତ

By Krishna Kumar Manoj

March 20, 2018

ବଲିଉଡର ମିଷ୍ଟର୍ ପରଫେକ୍ସନିଷ୍ଟ ଆମିର୍ ଖାନ୍ ଚିନ୍ତାରେ

ରଜନୀକାନ୍ତଙ୍କ ସହ ମୁହାଁମୁହିଁ ହୋଇ ପାରନ୍ତି ବଲିଉଡ୍ ମିଷ୍ଟର୍ ପର୍ଫେକସନିଷ୍ଟ ଆମିର୍ ଖାନ୍ । କାରଣ ରଜନୀକାନ୍ତଙ୍କ ବହୁ ପ୍ରତିକ୍ଷୀତ ସିନେମା ଟୁ ପଏଂଟ୍ ଜିରୋ ଓ ଆମିର୍ ଖାନଙ୍କ ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ତାନ ସମୟରେ ରିଲିଜ୍ ହୁଏ, ତାହାଲେ ତାଙ୍କ ବକ୍ସଅଫିସରେ ଘମାଘୋଟ ଲଢ଼େଇ ହେବାର ସମ୍ଭାବନା ରହିଛି ।

ବକ୍ସ ଅଫିସରେ ମୁହାଁ ମୁହିଁ ହେବ ଏହି ୨ଟି ସିନେମା । ଯାହା ପାଇଁ ଚିନ୍ତାରେ ଆମିର୍ । ତାଙ୍କର ଏବର୍ଷର ବହୁ ପ୍ରତିକ୍ଷୀତ ସିନେମା ଠଗ୍ସ ଅଫ୍ ହିନ୍ଦୁସ୍ତାନ ପାଇଁ ଆମିର୍ ଖାନ୍ ପୁରା ଦମରେ ଲାଗିଛନ୍ତି । ଆଉ ଏବେ ତାଙ୍କୁ ଡର ହେଲାଣି ରଜନୀକାନ୍ତଙ୍କ ସିନେମା ଟୁ ପଏଂଟ୍ ଜିରୋର ରିଲିଜ୍ ଘୁଂଚି ଘୁଂଚି ତାଙ୍କ ସିନେମା ଠଗ୍ସ ଅଫ୍ ହିନ୍ଦୁସ୍ତାନର ରିଲିଜ୍ ବେଳେ ନହେଇଯାଉ ।

ଯଦି ଏକା ସଙ୍ଗେ ୨ ଟି ସିନେମା ରିଲିଜ ହୁଏ , ତେବେ ଆମିରଙ୍କ ସବୁ ପରିଶ୍ରମ ପାଣିରେ ମିଶିଜିବ । ନିକଟରେ ଏହି କଥା ଆମିର୍ କହିଛନ୍ତି କି ଯଦି ଟୁ ପଏଂଟ୍ ଜିରୋ ସେହି ସମୟରେ ରିଲିଜ ହୁଏ, ତେବେ ସିନେମାର ବ୍ୟବସାୟ ଉପରେ ଖରାପ ପ୍ରଭାବ ପଡିବ ।

ଏକାଠି ଏହି ଦୁଇଟି ହାଇ ବଜେଟ୍ ସିନେମା ରିଲିଜ୍ ହୁଏ, ବକ୍ସ ଅବସରରେ ଦେଖିବାକୁ ମିଳିବ ଜବରଦସ୍ତ ଟକ୍କର । ଆଉ ଏହାର ପ୍ରଭାବ ପଡିବ ସିନେମାର ବ୍ୟବସାୟ ଉପରେ । ଯାହାର ଚିନ୍ତା ଏବେ ଘାରିଛି ଆମିରଙ୍କୁ ।

ଆମିର୍ ଖାନ୍ ବେଶ କିଛି ଦିନ ହେବ ନିଜ ଆଗାମୀ ଫିଲ୍ମ ଠଗ୍ସ ଅଫ୍ ହିନ୍ଦୁସ୍ତାନର ସୁଟିଂରେ ବ୍ୟସ୍ତ ଅଛନ୍ତି । ସିନେମାରେ ଅମିତାଭ ବଚ୍ଚନ, କ୍ୟାଟ୍ରିନା କୈଫ, ଫାତିମା ସାନା ସେଖ୍ ଆଦି କଳାକାରଙ୍କ ଜବରଦସ୍ତ ଅଭିନୟ ମଧ୍ୟ ଦେଖିବାକୁ ମିଳିବ । ସିନେମାଟି ଦିୱାଲି ଅବସରରେ ରିଲିଜ୍ କରିବାକୁ ସ୍ଥିର କରିଛନ୍ତି ପ୍ରଯୋଜନା ସଂସ୍ଥା ।

ଅନ୍ୟପଟେ ଟୁ ପଏଂଟ୍ ଓ ଚଳିତ ବର୍ଷର ବହୁ ପ୍ରତିକ୍ଷୀତ ସିନେମା । ଫିଲ୍ମରେ ସୁପରଷ୍ଟାର୍ ରଜନୀକାନ୍ତ, ଅକ୍ଷୟ କୁମାର୍ ଓ ଅଭିନେତ୍ରୀ ଏମି ଜ୍ୟାକସନ୍ଙ୍କୁ ଦେଖିବାକୁ ମିଳିବ । ଭାରତୀୟ ସିନେମା ଇତିହାସର ସବୁଠାରୁ ମହଙ୍ଗା ସିନେମା ହେଉଛି ଟୁ ପଏଂଟ୍ ଓ । ଫିଲ୍ମରେ ପାଖାପାଖି ୪୫୦ କୋଟି ଟଙ୍କା ବ୍ୟୟ କରାଯାଇଛି ।

ପଢନ୍ତୁ ;

ସଲମାନ ଖାନଙ୍କ ରିଲିଜ ହେଲା ‘ରେସ୍‌-୩’ ର ପ୍ରଥମ ପୋଷ୍ଟର