Entertainment

ଚୀନରେ ୩୦୦ କୋଟି ଛୁଇଁଲା ଏହି ସିନେମା

ସିକ୍ରେଟ୍‌ ସୁପର୍‌ଷ୍ଟାର୍‌ ସିନେମାକୁ ଚୀନରେ ଜବରଦସ୍ତ ସଫଳତା

ଗତ ବର୍ଷ ଦୀପାବଳିରେ ରିଲିଜ୍‌ ହୋଇଥିବା ‘ସିକ୍ରେଟ୍‌ ସୁପର୍‌ଷ୍ଟାର୍‌’ ଫିଲ୍ମକୁ ଭାରତୀୟ ଦର୍ଶକ ଭରପୁର୍‌ ମାତ୍ରାରେ ପ୍ରଶଂସା କରିଥିବାବେଳେ,ଏବେ ଚୀନରେ ମିଳିଛି ଏହାକୁ ଜବରଦସ୍ତ ସଫଳତା।‘ସିକ୍ରେଟ୍‌ ସୁପର୍‌ଷ୍ଟାର୍‌’ ଏକ ସାଧାରଣ ସହରରେ ବାସ କରୁଥିବା ମାମୁଲି ଝିଅର କାହାଣୀ  ଉପରେ ଆଧାରିତ । ଯାହା ଦର୍ଶକଙ୍କ ମହଲରେ ଖୁବ୍‌ ଆଦୃତ ଲାଭ କରିଥିଲା । ତେବେ ଚୀନର ସମୀକ୍ଷକମାନେ ଗୋଟେ ସାଧାରଣ  ମସାଲା ସିନେମାଠାରୁ ଏହି ଫିଲ୍ମଟି ସଂପୂର୍ଣ୍ଣ ରୂପରେ ଅଲଗା ବୋଲି ମତ ଦେବା ସହିତ ନିଃସନ୍ଦେହରେ ଏହା ସବୁଠୁ ଭଲ ଫିଲ୍ମ ବୋଲି ପ୍ରଶଂସା କରିଛନ୍ତି।

ଏହା ଗତ ୨୦ ତାରିଖରେ ରିଲିଜ୍‌ ହୋଇଛି ଚୀନରେ। ଅମୀର ଖରାନ୍‌ ଏବଂ କିରଣ ରାଓଙ୍କ ପ୍ରଯୋଜିତ‘ସିକ୍ରେଟ୍‌ ସୁପର୍‌ଷ୍ଟାର୍‌’ରେ ଜାଇରା ବସିମ୍‌ ମୁଖ୍ୟ ଭୂମିକାରେ ଅଛନ୍ତି।‘ସିକ୍ରେଟ୍‌ ସୁପର୍‌ଷ୍ଟାର୍‌’ ଚୀନରେ ରିଲିଜ୍‌ ହେବାର ମାତ୍ର ସପ୍ତାହକ ଭିତରେ ୩୦୦ କୋଟି ଛୁଇଁବାକୁ ଯାଉଛି। ଆଗରୁ ଦଙ୍ଗଲକୁ ଏଭଳି ସପଳତା ବି ମିଳି ଥିଲା। ମାତ୍ର ୧୫ କୋଟି ବ୍ୟୟରେ ନିର୍ମିତ ‘ସିକ୍ରେଟ୍‌ ସୁପର୍‌ଷ୍ଟାର୍‌’ର ସଫଳତା ଅନେକଙ୍କୁ ବିସ୍ମିତ କରିଛି।

ପଢନ୍ତୁ ;

ଟ୍ରମ୍ପ୍‌ଙ୍କ ସହ ଆଫେୟାର୍‌ ଥିବା କଥାଟି ଗୁଜବ :ନିକି ହେଲି

Related posts

ଫିଲ୍ମ ଫ୍ରାଇଡେ: ରିଲିଜ ହେଲା ‘ବତ୍ତି ଗୁଲ ମିଟର ଚାଲୁ’ ଏବଂ‘ ମଣ୍ଟୋ ‘

ENO Beuro

‘ ଷ୍ଟୁଡେଣ୍ଟ ଅଫ୍ ଦ ଇୟର -୨ ‘ ରେ ଟାଇଗରଙ୍କ ସହ ରୋମାନ୍ସ କରିବେ ଏହି ନାୟିକା

ENO Beuro

ସାମ୍ନାକୁ କୁ ଆସିଲା “ଦେବଦାସ”ର ଫାଷ୍ଟ ପୋଷ୍ଟର, ଚର୍ଚ୍ଚାରେ ଓଲିଉଡର ପାରୋ !

ENO Beuro

Leave a Comment