ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ମୁଁ ଏବେ ଭାବୁଛି ମୋତେ ବିରତି ନେବାକୁ ହେବ। ମୋ ପରିବାର, ମା, ମୋ ପିଲାମାନଙ୍କ ସହିତ ରହିବାକୁ ଚାହୁଁଛି।ଏହା ବ୍ୟତୀତ ଆହୁରି କହିଛନ୍ତି, ‘ମୁଁ ୩୫ ବର୍ଷ ଧରି କାମ କରୁଛି ଏବଂ ମୋର ସମ୍ପୂର୍ଣ୍ଣ ଧ୍ୟାନ ମୋ କାମ ଉପରେ ଅଛି।
ବଲିଉଡ୍ର ମିଷ୍ଟର ପରଫେକନିଷ୍ଟ ଅମୀର ଖାନ। ନିକଟରେ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ଲାଲ ସିଂ ଚଢା’ । ଫିଲ୍ମକୁ ନେଇ ସେ କ୍ରମାଗତ ଚର୍ଚ୍ଚାରେ ଥିଲେ। ଏହି ଫିଲ୍ମକୁ ବଏକଟ୍ର ସାମ୍ନା କରିବାକୁ ପଡିଥିଲା। ଏହା ସହ ବକ୍ସ ଅଫିସରେ ଫ୍ଲପ୍ ହେଲା। କହିବାକୁ ଗଲେ ଅମୀର ସର୍ବସାଧାରଣରେ କ୍ୱଚିତ୍ ଦେଖିବାକୁ ମିଳନ୍ତି। କିନ୍ତୁ ଏଥର ସେ ଦିଲ୍ଲୀର ଏକ ଇଭେଣ୍ଟରେ ପହଞ୍ଚିଥିଲେ । ଯେଉଁଠାରେ ସେ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ନଜର ଆସିଥିଲେ। ଏହି କାର୍ଯ୍ୟକ୍ରମରେ ଅମୀର ତାଙ୍କ ପ୍ରଡକ୍ସନ୍ର ଆଗାମୀ ଚଳଚ୍ଚିତ୍ର ବିଷୟରେ କହିବା ସହ ଅଭିନୟରୁ ବିରତି ନେଉଛନ୍ତି ବୋଲି କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରାଇଛନ୍ତି।
ଅମୀରଙ୍କ ପିଲାଦିନର ବନ୍ଧୁ ଦିଲ୍ଲୀର ଏକ କାର୍ଯ୍ୟକ୍ରମ ହୋଷ୍ଟ କରିଥିଲେ । ଯେଉଁଥିରେ ଅମୀର ଫିଲ୍ମ କ୍ୟାରିୟର ବିଷୟରେ କହିଥିଲେ କି “ଯେତେବେଳେ ଅଭିନେତା ଭାବରେ ଫିଲ୍ମ କରେ, ସେତେବେଳେ ମୁଁ ସମ୍ପୂର୍ଣ୍ଣ ହଜିଯାଏ । ମୁଁ ମୋ ଜୀବନରେ ଆଉ କିଛି ଜାଣି ନ ଥାଏ। ଲାଲ ସିଂ ଚଢା ପରେ ମୋତେ ଚାମ୍ପିଅନ୍ସ ନାମକ ଏକ ଫିଲ୍ମ କରିବାର ଥିଲା। କାହିଁକି ନା ଆଶ୍ଚର୍ଯ୍ୟଜନକ ସ୍କ୍ରିପ୍ଟ,, ସୁନ୍ଦର କାହାଣୀ ଏବଂ ଏପରି ଏକ ଚଳଚ୍ଚିତ୍ର ଯାହା ହୃଦୟକୁ ସ୍ପର୍ଶ କରେ। କିନ୍ତୁ ମୁଁ ଏବେ ଭାବୁଛି ମୋତେ ବିରତି ନେବାକୁ ହେବ। ମୋ ପରିବାର, ମା, ମୋ ପିଲାମାନଙ୍କ ସହିତ ରହିବାକୁ ଚାହୁଁଛି।
ଏହା ବ୍ୟତୀତ ଆହୁରି କହିଛନ୍ତି, ‘ମୁଁ ୩୫ ବର୍ଷ ଧରି କାମ କରୁଛି ଏବଂ ମୋର ସମ୍ପୂର୍ଣ୍ଣ ଧ୍ୟାନ ମୋ କାମ ଉପରେ ଅଛି। ହେଲେ ମୋ ନିକଟବର୍ତ୍ତୀ ଲୋକଙ୍କ ପାଇଁ ଏହା ଭଲ ନୁହେଁ । କହିବାକୁ ଗଲେ ସେ ଜଣେ ନିର୍ମାତା ଭାବରେ କାମ ଜାରି ରଖିବେ। ତାଙ୍କର ପରବର୍ତ୍ତୀ ପ୍ରଡକ୍ସନ୍ ଫିଲ୍ମ ‘ଚାମ୍ପିଅନ୍ସ’ ଆସିବାକୁ ଯାଉଛି। ‘ମୁଁ ସେହି ଭୂମିକା ପାଇଁ ଅନ୍ୟ କଳାକାରଙ୍କ ନିକଟକୁ ଯିବି । ମୁଁ ମୋ ଜୀବନର ସେହି ପର୍ଯ୍ୟାୟରେ ଅଛି ଯେଉଁଠାରେ ମୁଁ ସମ୍ପର୍କକୁ ଉପଭୋଗ କରିବାକୁ ଚାହେଁ। ତାହା ହେଉଛି ସର୍ବୋତ୍ତମ ଉପାୟ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।