Entertainment

ଚୀନରେ ମାତ୍ର ଦୁଇ ଦିନରେ ୧୦୦ କୋଟି ଟଙ୍କା ବ୍ୟବସାୟ କଲା : ଅମିରଙ୍କ ଫିଲ୍ମ

ବଲିଉଡ ଅଭିନେତା ଆମିର ଖାନ ଚୀନ ବକ୍ସ ଅଫିସରେ ଛାଇ ଯାଇଛନ୍ତି।  ଜାଏରା ଓ୍ଵାସିମ ଏବଂ ଆମିର ଖାନଙ୍କ ଫିଲ୍ମ ‘ସିକ୍ରେଟ ସୁପରଷ୍ଟାର’  ଚୀନରେ ମାତ୍ର ଦୁଇ ଦିନରେ  ଏତେ କୋଟି ଟଙ୍କା ବ୍ୟବସାୟ କରିଛି ଯାହା ଭାରତରେ ଏହି ଫିଲ୍ମ ନିଜର ଲାଇଫ ଟାଇମରେ ଏତେ ବ୍ୟବସାୟ ମଧ୍ୟ କରି ପାରିନାହିଁ।  ଏହି ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ୮୩ କୋଟି ଟଙ୍କାର ବ୍ୟବସାୟ କରିଥିଲା।  ମାତ୍ର ଫିଲ୍ମଟି ଚାଇନିଜ ବକ୍ସ ଅଫିସରେ ମାତ୍ର ଦୁଇ ଦିନରେ ୧୦୮.୬୪ କୋଟି ଟଙ୍କା ବ୍ୟବସାୟ କରିଛି।

ଫିଲ୍ମରେ ଏକ ୧୬ ବର୍ଷ ବୟସର ଯୁବତୀର ଭୂମିକାରେ ଅଭିନୟ  କରିଛନ୍ତି ଜାଏରା ଓ୍ଵାସିମ। ସିକ୍ରେଟ୍ ସୁପରଷ୍ଟାର ଛୋଟ ସହରରେ ଏମିତି ଏକ ଝିଅ ରହିଛି ଯିଏ ନିଜର ସ୍ଵପ୍ନକୁ ପୁରା କରିବାକୁ ଚାହୁଁଛି। ସେ ଦୁନିଆରେ ପ୍ରସିଦ୍ଧ ଗାୟିକା ହେବାକୁ ଚାହୁଁଛି। ମାତ୍ର ନିଶ୍ଚିତ ରୂପେ ତାରି ଯାତ୍ରା ସହଜ ହେଉନାହିଁ।  ତାରି ରାସ୍ତାରେ ନିଜର ପିତା କଣ୍ଟା ସାଜିଛି। ଏହା ପରେ ମଧ୍ୟ ଜାଏରା ପଛଘୁଞ୍ଚା ଦିଏ ନାହିଁ ଏବଂ ନିଜର ପରିଚୟ ବଦଳାଇ ଚେହେରାରେ ହିଜାବ  ପିନ୍ଧି ୟୁଟ୍ୟୁବରେ ନିଜର ଗୀତ ଅପଲୋଡ କରେ।

ଫିଲ୍ମଟି ଚୀନ ବକ୍ସ ଅଫିସରେ ୧.୧ କୋଟି ଡଲାର ବ୍ୟବସାୟ କରିଛି। ଏହିପରି ଫିଲ୍ମଟି ଦୁଇ ଦିନରେ ୧.୬୯ କୋଟି ଡଲାର(୧୦୮.୬୪ କୋଟି ଟଙ୍କା) ବ୍ୟବସାୟ କରିସାରିଲାଣି। ଫିଲ୍ମଟି ଚୀନରେ ଏତେ ବ୍ୟବସାୟ କଲାଣି ଯେ ଫିଲ୍ମ ଭାରତରେ ବ୍ୟବସାୟ କରିଥିବା ୮୩ କୋଟିକୁ ପଛରେ ପକାଇ ଦେଇଛି।

ପଢନ୍ତୁ ;

୨୦୧୯ ନିର୍ବାଚନ ବିଜେପି ସହିତ ନୁହେଁ ବରଂ ଏକାକି ନିର୍ବାଚନ ଲଢ଼ିବା ପାଇଁ ମଇଦାନକୁ ଓହ୍ଲାଇବ ଶିବସେନା

Related posts

ଓଡିଆ ସିନେଜଗତର ବରିଷ୍ଠ ଅଭିନେତା ଦେବୁ ବୋଷ ଅସୁସ୍ଥ!

ENO Beuro

ଧାରାବାହିକରୁ ବଲିଉଡରେ ପାଦ ଥାପିବେ ଏହି ଅଭିନେତ୍ରୀ

ENO Beuro

ସଲମାନ ଜେଲ ଯିବା ମାତ୍ରେ ଦୋହଲିଲା ଫିଲ୍ମ ଇଣ୍ଡଷ୍ଟ୍ରୀ

ENO Beuro

Leave a Comment