Entertainment

ମହାଭାରତର ସିରିଜ୍ ପାଇଁ ହେବ ୧୦୦୦ କୋଟିରୁ ଅଧିକ ଟଙ୍କାର ବଜେଟ୍ ,ସହ ନିର୍ମାତା ହେବେ ମୁକେଶ ଅମ୍ବାନୀ !

By Krishna Kumar Manoj

March 22, 2018

ବଲିଉଡର ସୁପରଷ୍ଟାର ଆମିର ଖାନଙ୍କକୁ ନେଇ ଏକ ବଡ ଖବର ଆସିଛି ଯେ ‘ଠଗ୍ସ ଅଫ ହିନ୍ଦୁସ୍ତାନ’ କରିବା ପରେ ସେ ଏ ପର୍ୟ୍ୟନ୍ତ ବଲିଉଡ ଇତିହାସର ସବୁଠୁ ବଡ ଫିଲ୍ମ କରିବାକୁ ଯାଉଛନ୍ତି। ଫିଲ୍ମର ଟ୍ରେଡ ଆନାଲିଷ୍ଟ ରମେଶ ବାଲାଙ୍କ ଅନୁସାରେ ଭାରତର ସବୁଠୁ ବଡ ଗ୍ରନ୍ଥ ମହାଭାରତ ଉପରେ ହେବାକୁ ଥିବା ମେଗା ବଜେଟ୍ ଫିଲ୍ମ ସିରିଜରେ ଆମିର ଖାନ ପ୍ରମୁଖ ଭୂମିକାରେ ଅଭିନୟ କରିବେ। ଏହି ଫିଲ୍ମ ପାଇଁ ରିଲାଏନ୍ସ କମ୍ପାନୀର ମାଲିକ ମୁକେଶ ଅମ୍ବାନୀ ସହ ନିର୍ମାତା ହେବେ। ମହାଭାରତର ସିରିଜ୍ ପାଇଁ ୧୦୦୦ କୋଟିରୁ ଅଧିକ ଟଙ୍କାର ବଜେଟ୍ ହେବ।

ମହାଭାରତ ଆମିରଙ୍କ ଡ୍ରିମ ପ୍ରୋଜେକ୍ଟ

ଠଗ୍ସ ଅଫ ହିନ୍ଦୁସ୍ତାନ ଶେଷ ହେବା ପରେ ସେ ମହାଭାରତର କାହାଣୀ ଉପରେ କାମ କରିବା ଆରମ୍ଭ କରିବେ। ସେ ନିର୍ମାତା ସହିତ ନିର୍ଦ୍ଦେଶନାର କାମ ମଧ୍ୟ କରିବେ।

ସୂଚନା ଅନୁଯାୟୀ ଆମିର ଖାନ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରି ପାରନ୍ତି। ମାତ୍ର ତାଙ୍କର ସବୁଠୁ ପ୍ରିୟ ଭୂମିକା ହେଉଛି କର୍ଣ୍ଣ। ମାତ୍ର ସେ ଶ୍ରୀକୃଷ୍ଣ ଭୂମିକାରେ ଅଭିନୟ କରିବେ କି କର୍ଣ୍ଣ ଭୂମିକାରେ ସେ ନେଇ କିଛି ଖୁଲାସା କରି ନାହାନ୍ତି।

ରମେଶ ବାଲା କହିଛନ୍ତି ଯେ, ମହାଭାରତ ହଲିଉଡର ହିଟ୍ ସିରିଜ ‘ହ୍ୟାରି ପୋର୍ଟର’, ‘ଲଡ୍ସ ଅଫ ଦ ରିଙ୍ଗ’ ଏବଂ ‘ଗେମ୍ସ ଅଫ ଥ୍ରୋନ୍ସର’ ଫିଲ୍ମ ପରି ହେବ। ମାତ୍ର ଏପର୍ୟ୍ୟନ୍ତ ନା ଆମିର ଖାନ ନା ମୁକେଶ ଅମ୍ବାନୀ ଉଭୟଙ୍କ ପକ୍ଷରୁ ଅଧିକାରୀକ ସୂଚନା ମିଳିନାହିଁ। କୁହାଯାଉଛି ଯେ ଆମିର ଖାନଙ୍କ ଏହି ମହା ଭାରତ ପାଞ୍ଚଟି ଭାଗରେ ନିର୍ମିତ ହେବ।

ପଢନ୍ତୁ; ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା: ସ୍ଵାମୀଙ୍କ ଅଧୁରା ସ୍ଵପ୍ନଙ୍କୁ ସାକାର କରିବେ ରିମା!