News

ଅମିତ ଶାହଙ୍କୁ ସ୍ୱାଇନ୍‌ ଫ୍ଲୁ,୧୮ ତାରିଖ କଟକ ସମାବେଶ ସ୍ଥଗିତ

amit

ଅମିତ୍‌ ଶାହାଙ୍କ ଓଡ଼ିଶାଗସ୍ତ ସ୍ଥଗିତ । ସ୍ଵାଇନ ଫ୍ଲୁରେ ଆକ୍ରାନ୍ତ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ଅମିତ୍ ଶାହା । ଚିକିତ୍ସା ପାଇଁ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଅସୁସ୍ଥତା ଯୋଗୁଁ ଅମିତ୍ ଶାହାଙ୍କ ଓଡ଼ିଶାଗସ୍ତ ସ୍ଥଗିତ ରଖାଯାଇଛି । ଶାହାଙ୍କ ଗସ୍ତ ବାତିଲ ନେଇ ସୂଚନାଦେଲେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି । ଆସନ୍ତା ୧୮ରେ ଅମିତ ଶାହାଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ଥିଲା।

amit

ନିଜେ ଅମିତ୍ ଶାହା ତାଙ୍କୁ ସ୍ଵାଇନ ଫ୍ଲୁ ହୋଇଥିବାର ସୂଚନା ଦେଇଛନ୍ତି। ସେ ଟ୍ଵିଟ୍ କରିଛନ୍ତି ଯେ, ମୁଁ ସ୍ଵାଇନ ଫ୍ଲୁରେ ପୀଡିତ, ଯାହାର ଉପଚାର ଜାରି ରହିଛି। ଈଶ୍ଵରଙ୍କ କୃପା ଓ ଆପଣଙ୍କ ପ୍ରେମ ଓ ଶୁଭକାମନାରେ ଶୀଘ୍ର ସୁସ୍ଥ ହୋଇଯିବି।

ଏହା ମଧ୍ୟରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଓ ବିହାରର ଲୋକସଭା ସାଂସଦ ରାମକୃପାଲ ଯାଦବ ଅମିତ୍ ଶାହାଙ୍କ ଶୀଘ୍ର ସୁସ୍ଥ ହେବାର କାମନା କରିଛନ୍ତି। ରାଜନାଥ ସିଂହ ଟ୍ଵିଟ୍ କରିଛନ୍ତି ଯେ ଅମିତ୍ ଭାଇ ଈଶ୍ଵରଙ୍କଠାରେ କାମନା କରୁଛି ଯେ ଆପଣ ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ। ରେଲ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ମଧ୍ୟ ଟ୍ଵିଟ୍ କରି ତାଙ୍କର ଶୀଘ୍ର ସୁସ୍ଥ ପାଇଁ କାମନା କରିଛନ୍ତି।

ପଢନ୍ତୁ; ଜାଣନ୍ତୁ ,କେଉଁ କେଉଁ ଖାଦ୍ୟ ଖାଇଲେ ଆପଣ ହୋଇପାରନ୍ତି ମାଇଗ୍ରେନର ଶିକାର

Related posts

ନିଟ୍‌ ପରୀକ୍ଷା : ନୂଆ ଡ୍ରେସ୍‌ କୋଡ଼୍‌ ଗାଇଡ୍‌ଲାଇନ୍‌ ଜାରିକଲା ସିବିଏସ୍‌ଇ

ENO Beuro

ଏସୀୟ କ୍ରୀଡା ୨୦୧୮ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

ENO Beuro

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ହଇଚଇ: ଦର୍ଶକଙ୍କ କାନ କାମୁଡିଦେଲେ ଆଇଟମ ଗାର୍ଲ

ENO Beuro

Leave a Comment