POLITICALS

ପୁଣି ୧୫ରେ ସମ୍ବଲପୁର ଆସିବେ ଅମିତ୍‌ ଶାହ

amit

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁଣି ଆସିବେ ଓଡିଶା। ଶାହଙ୍କ ଫୋକସରେ ଏଥର ପଶ୍ଚିମ ଓଡିଶା। ଆସନ୍ତା ୧୫ରେ ସମ୍ବଲପୁର ଆସି ୪ ଜିଲ୍ଲାର କାର୍ଯ୍ୟକର୍ତ୍ତାଙ୍କୁ ଭୋଟମନ୍ତ୍ର ପଢାଇବେ। ସଭାରେ ଢେଙ୍କାନାଳ, ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ କ୍ଷେତ୍ରର ବୁଥ ସଭାପତି, ସମ୍ପାଦକ ଓ ପ୍ରଭାରୀମାନଙ୍କୁ ଗୁରୁମନ୍ତ୍ର ଦେବେ ଶାହ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦ ହଜାର ବୁଥ ସ୍ତରୀୟ ସଙ୍ଗଠକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା।

ଶାହଙ୍କ ଫୋକସରେ ଓଡ଼ିଶା ରହିଥିବାରୁ ସେ ତାଙ୍କ ମିଶନ ୧୨୦+କୁ ସଫଳ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏବେ ବାରମ୍ବାର ଓଡ଼ିଶାଗସ୍ତରେ ଆସିବାରେ ଲାଗିଛନ୍ତି । ଗତମାସରେ ସାଲେପୁର ଆସି ବୁଥସ୍ତରୀୟ ସଙ୍ଗଠକମାନଙ୍କୁ ଉଦବୋଧନ ଦେଇଥିଲେ । ଏହାପରେ ଗତ ୩ ତାରିଖରେ ପୁରୀ ଆସି ଦଳର ଅନୁସୂଚିତ ଜନଜାତି ମୋର୍ଚ୍ଚାର କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ପୁଣି ଫେବ୍ରୁଆରି ୧୫ରେ ଆସିବେ ।

ପଢନ୍ତୁ; ପରଲୋକରେ ଓଡ଼ିଆ ସିନେମା ନିର୍ଦ୍ଦେଶକ ଚକ୍ରଧର ସାହୁ

Related posts

ଏଥର କ୍ୟାବିନେଟ୍‌ରୁ ବାଦ୍‌ ପଡ଼ିବେ ଅରୁଣ୍‌ ଜେଟ୍‌ଲି

Ratnamani Moharana

ନିଆଳିରେ ଦାମଙ୍କ ମଞ୍ଚକୁ ଅଣ୍ଡାମାଡ

ENO Beuro

ପରିବର୍ତ୍ତନ ସମାବେଶରେ ରାହୁଲଙ୍କ ମହିଳା କାର୍ଡ: ମାଗଣା ଶିକ୍ଷା ଓ ବିବାହ ସହାୟତା

Ratnamani Moharana

Leave a Comment