News

ଆଜି ଓଡିଶା ଆସିଛନ୍ତି ଶାହ

sah

ବିଜେପି ଟାର୍ଗେଟରେ ଓଡ଼ିଶା । ଆଜି ଓଡ଼ିଶା ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ । ପୂର୍ବାହ୍ନ ୯ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ହେଲିକପ୍ଟର ଯୋଗେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ କଟକ ସତ୍ୟଭାମାପୁର ଯାଇଛନ୍ତି।

ସେଠାରେ ୪ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଯଥା କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଯାଜପୁରର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତାଙ୍କ ସହ ସାଙ୍ଗଠନିକ ସ୍ଥିତି ଏବଂ ଆଗାମୀ ନିର୍ବାଚନ ରଣନୀତି ସଂର୍ପକରେ ଆଲୋଚନା କରିବେ । ଏହାପରେ ଲୋକସଭା ଓ ବିଧାନସଭା ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ବୈଠକରେ ଯୋଗଦେବେ ।

ଆଜିର କାର୍ଯ୍ୟକର୍ତ୍ତା ସମ୍ମିଳନୀ ପରେ ପୁଣି ୩ ତାରିଖରେ ବିଜେପିର ରାଷ୍ଟ୍ରୀୟ ଆଦିବାସୀ ମହାଅଧିବେଶନରେ ଅମିତ ଶାହ ଆଦିବାସୀଙ୍କ ଅଧିକାର ପାଇଁ ପୁରୀରେ ହେଉଥିବା ରାଲିରେ ଯୋଗ ଦେବେ।

ଅନ୍ୟପଟେ, ଅମିତ ଶାହଙ୍କ ଗସ୍ତର କୌଣସି ପ୍ରଭାବ ପଡିବ ନାହିଁ ବୋଲି ଉଭୟ ବିଜେଡି ଓ କଂଗ୍ରେସ ବିଜେପି କହିଛନ୍ତି।

ପଢନ୍ତୁ; ପୁରୁଷଙ୍କ ପାଦର ଗଢ଼ଣ ଅନୁଯାୟୀ ଜାଣନ୍ତୁ କିଏ କେତେ ଭାଗ୍ୟଶାଳୀ

Related posts

ଝାରସୁଗୁଡା ବିମାନ ବନ୍ଦରରୁ ମାର୍ଚ୍ଚ ୩୧ରେ ଉଡିବ ସ୍ପାଇସ୍‌ ଜେଟ୍‌

ENO Beuro

ଦୁଇଦିନ ବାରଣାସୀରେ ଗସ୍ତରେ ମୋଦୀ,୫୦୦ କୋଟି ଟଙ୍କା ପ୍ରକଳ୍ପର କରିବେ ଉଦ୍‍ଘାଟନ

ENO Beuro

ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ENO Beuro

Leave a Comment