News

୨୯ରେ ଓଡ଼ିଶା ଆସିବେ ଶାହ,ସାଲେପୁରରେ ହେବ ସଭା

ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।। କଟକ ଜିଲ୍ଳା ସାଲେପୁରର କୁଳିଆରେ ଶାହଙ୍କ ସଭା ହେବ। ଏନେଇ ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ପୂର୍ବରୁ ଜାନୁଆରୀ ୧୮ ତାରିଖରେ ସାଲେପୁରରେ ହେବାକୁ ଥିବା କାର୍ଯ୍ୟକ୍ରମକୁ ଅମିତ ଶାହଙ୍କ ଶାରୀରିକ ଅସୁସ୍ଥତା କାରଣରୁ ବାତିଲ କରାଯାଇଥିଲା । ତେଣୁ ଗତ ୧୮ରେ ସ୍ଥଗିତ ଥିବା ଶାହଙ୍କ କାର୍ଯ୍ୟକ୍ରମ ୨୯ରେ ହେବ ବୋଲି ସ୍ଥିର ହୋଇଛି ।

 

ସୂଚନାଯୋଗ୍ୟ,ପ୍ରଧାନମନ୍ତ୍ରୀ ଚଳିତ ମାସରେ ଦୁଇ ଥର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଗତ ମାସରେ ଥରେ ଆସିଥିଲେ। ଡିସେମ୍ବର ମାସରେ ସେ ଭୁବନେଶ୍ୱର ଆସିଥିବା ବେଳେ ପରେ ବାରିପଦା ଓ ବଲାଙ୍ଗିର ଗସ୍ତରେ ଆସିଥିଲେ। ଏହି ତିନିଟି ଗସ୍ତ ବେଳେ ସେ ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ପଢନ୍ତୁ; ଉତ୍ତମ ଜୀବନଶୈଳୀରୁ ସୁସ୍ଥ ହୃତପିଣ୍ଡ କିପରି ପାଇବେ ନଜର ପକାନ୍ତୁ

Related posts

ଆଜି ଓଡ଼ିଶା, ଛତିଶଗଡ଼ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ENO Beuro

ଡାକ୍ତରଙ୍କ ମାନବିକତା ପାଇଁ ଗୋପବନ୍ଧୁ ସମ୍ମାନ ପ୍ରଦାନ କରିବେ ରାଜ୍ୟ ସରକାର

ENO Beuro

ଏଣିକି ଜରିମାନା ନୁହଁ ବାଇକ ଜବତ ହେବ, ନିୟମ ନମାନିଲେ ମାମଲା ଯିବ କୋର୍ଟକୁ

ENO Beuro

Leave a Comment