News

ମୋଦି ଗଲେ, ଆଜି ପୁରୀ ଆସୁଛନ୍ତି ଅମିତ ଶାହ

ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ମାସ ବାକି ଥିବା ବେଳେ ଭାରତୀୟ ଜନତା ପାର୍ଟିକୁ ସୁଦ୍ରୁଢ କରିବା ପାଇଁ ଆଜି ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ମହିଳାଙ୍କୁ ଆକୃଷ୍ଟ କରିବା ପାଇଁ ବିଜେପି ପ୍ରସ୍ତୁତ କରୁଛି ରୋଡ୍ ମ୍ୟାପ୍ । ଦଳର ମହିଳା ମୋର୍ଚ୍ଚାକୁ ସଶକ୍ତ କରିବା ପାଇଁ ଆଜି ପୁରୀରେ ଅନୁଷ୍ଠିତ ହେବ ମହିଳା ମୋର୍ଚ୍ଚା ରାଷ୍ଠ୍ରୀୟ କାର୍ଯ୍ୟକାରିଣୀ ବୈଠକ । ୩ଦିନ ଧରି ଚାଲିବାକୁ ଥିବା ଏହି ବୈଠକରେ ଶ୍ରୀ ଅମିତ ଶାହା ଯୋଗେଦେବେ।

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହତକର, ରାଜ୍ୟ ବିଜେପି ସଭାପତି ବସନ୍ତ କୁମାର ପଣ୍ଡା ଏବଂ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ ମହିଳା ସମ୍ମିଳନୀରେ ଉଦ୍‍ବୋଧନ ଦେବେ। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏହି ସଭାରେ ଯୋଗଦେଇପାରନ୍ତି।

amit

ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ ନିର୍ବାଚନରେ ମହିଳାଙ୍କୁ ବିଜେଡି ବିରୋଧରେ ବିଜେପି ଅସ୍ତ୍ରଭାବେ ବ୍ୟବହାର କରିବ। ନବୀନଙ୍କ ଶାସନ କାଳରେ ମହିଳାମାନେ ସବୁଠାରୁ ଅଧିକ ଅବହେଳିତ ଏବଂ ନିଷ୍ପେସିତ ହୋଇଥିବା ଶ୍ରୀମତୀ ପରିଡ଼ା ଅଭିଯୋଗ କରିଛନ୍ତି। ତେଣୁ ରାଜ୍ୟର ସବୁ ପଞ୍ଚାୟତରେ ମହିଳା ବାହିନୀ ଗଠନ କରି ଦଳୀୟ ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ବିଜେପି ନିଷ୍ପତ୍ତି ଗ୍ରହଣ କରିଛି। ଶରଧାବାଲି ମହିଳା ସମାବେଶରେ ଉଦ୍‍ବୋଧନ ଦେଇ ଶ୍ରୀ ଶାହା ସ୍ଥାନୀୟ ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହେଉଥିବା ତିନିଦିନିଆ ମହିଳା ମୋର୍ଚ୍ଚା ଜାତୀୟ କାର୍ଯ୍ୟକାରିଣୀରେ ଯୋଗଦାନ କରିବେ। ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିବା ୨ଶହ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ସେ ସମ୍ବୋଧିତ କରିବେ।

ପଢନ୍ତୁ; ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା ଝାରସୁଗୁଡ଼ା ବିମାନ ବନ୍ଦର

Related posts

ଉଦ୍‌ଘାଟିତ ହେଲା ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଷ୍ଟାଚ୍ୟୁ ଅଫ୍ ୟୁନିଟି

ENO Beuro

ସିବିଏସ୍‍ଇ ଟପ୍ପର ଛାତ୍ରୀଙ୍କୁ ଅପହରଣ ପରେ ଗଣବଳାତ୍କାର

ENO Beuro

ଆୟୁଷ୍ମାନ ଭାରତ ଆରମ୍ଭ, ଉପକୃତ ହେବେ ୧୦କୋଟି ଗରିବ ପରିବାର

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More