POLITICALS

ବିଜେଡ଼ିକୁ ଓଡିଶାରୁ ଓପାଡି ଫିଙ୍ଗି ଦିଅ ବୋଲି କହିଲେ ଅମିତ ଶାହା

ଆଜି ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରେ   ଏକ ନିର୍ବାଚନୀ ସଭାରେ ଯୋଗ ଦେଇଛନ୍ତି ବିଜେପି ଅଧକ୍ଷ ଅମିତ ଶାହା । ନିର୍ବାଚନୀ ପ୍ରଚାର ପାଇଁ ଆସିଥିବା ଅମିତ ଶାହା ତାଙ୍କ ଭାଷଣରେ ଓଡିଶା ସରକାରକୁ ଦୃଢ ନିନ୍ଦା କରିବା ସହ ଅପାରଗତା ବୋଲି କହିଛନ୍ତି। ଭାଷଣ ଆରମ୍ଭରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ଅମିତ ଶାହ କହିଥିଲେ,“ନବୀନ ପଟ୍ଟନାୟକ ୧୯ ବର୍ଷ ହେଲାଣି ଓଡ଼ିଶାରେ ଶାସନ କରୁଛନ୍ତି। କିନ୍ତୁ ଦୁର୍ଭାଗ୍ୟର କଥା ସେ ଆଜି ପର୍ଯ୍ୟନ୍ତ ଓଡ଼ିଆ କହିପାରିଲେନି। ତେଣୁ ଆପଣମାନେ ଏମିତି ଜଣେ ମୁଖ୍ୟମନ୍ତ୍ରୀ ବାଛନ୍ତୁ ଯିଏ ଓଡ଼ିଆରେ କଥା ହୋଇପାରିବେ। ଇଂରାଜୀ କହୁଥିବା ଲୋକେ ଚଳିବେନି।”

Bhubaneswar : Odisha BJP President Bsanta Panda and senior leader K V Singhdeo welcome party national president Amit Shah on his arrival at the airport in Bhubaneswar on Friday. PTI Photo (PTI4_14_2017_000110B)

 

ଓଡିଶାରେ ଗରିବ ଲୋକଙ୍କ ଉପରେ  ହେଉଥିବା ବିଭିନ୍ନ ପ୍ରକାର ଶୋଷଣ ଜନିତ  କାମ ପାଇଁ ସେ ନବୀନ ସରକାରକୁ ଦାୟୀ କରିଛନ୍ତି। ଏହା ସହ ସେ ଓଡିଶାବାସୀଙ୍କୁ ଓଡିଶାରୁ ନବୀନ ସରକାରକୁ ଓପାଡି ଫୋଫାଡି  ଦେବାସହ ବିଜେପିକୁ ନିଜ ସରକାର ଭାବେ ବାଛିବା ପାଇଁ ଆହ୍ଵାନ କରିଛନ୍ତି। ବିଜେପି ଉପରେ ଭରସା କରି ବିଜେପିକୁ ଭୋଟ ଦେବାପରେ ଓଡିଶାର ପ୍ରଗତି କ୍ଷେତ୍ରରେ ପରିବର୍ତନର ଭାଗିଧାରୀ  ହେବାପାଇଁ ମଧ୍ୟ କହିଛନ୍ତି ଅମିତ ଶାହା।

ପଢନ୍ତୁ: ବିଜେଡ଼ି ଅଫିସରେ ତୁମୁଳ କାଣ୍ଡ କଲେ ଅମରେନ୍ଦ୍ରଙ୍କ ସମର୍ଥକ

 

Related posts

୨୭ ତାରିଖକୁ ଘୁଞ୍ଚିଲା ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି

Ratnamani Moharana

ଚାଷୀଙ୍କ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳୁ ନାହିଁ : ବିଜେଡି ପକ୍ଷରୁ ପ୍ରତିବାଦ

ENO Beuro

ରାହୁଲ ଦେଶର ସବୁଠୁ ବଡ ବୋକା:କେସିଆର

ENO Beuro

Leave a Comment