EnewsOdia.Com

ମହାପ୍ରଭୁ ଶ୍ରୀଲଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଦେଇ ପୂଜାର୍ଚ୍ଚନା କଲେ ଅମିତ ଶାହା

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ  ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଓ ପ୍ରହ୍ଲାଦ ସିଂହ ପଟେଲ ମଧ୍ୟ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି।  ସେ ପ୍ରାୟ ୧୫ ମିନିଟ୍ ଯାଏଁ ମନ୍ଦିର ପରିସର ରହିଥିବା ଜଣାଯାଇଛି। ଶାହଙ୍କ ଗସ୍ତ ନେଇ ଶ୍ରୀଲିଙ୍ଗରାଜ ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ରମନ୍ତ୍ରୀ ମନ୍ଦିରରେ ପହଞ୍ଚିବା ପରେ ମନ୍ଦିର ପ୍ରଶାସନ ତରଫରୁ ଖଣ୍ଡୁଆପାଟ (ଉତ୍ତରୀୟ) ପ୍ରଦାନ କରାଯାଇଛି। ଶାହ ପ୍ରଭୁ ଲିଙ୍ଗରାଜଙ୍କୁ ୧୦୮ ପଦ୍ମଫୁଲ ଦେଇ ପୂଜାର୍ଚ୍ଚନା କରିଥିବା ଜଣାଯାଇଛି।  ଫେରିବା ବେଳକୁ ଶାହାଙ୍କୁ ମନ୍ଦିର ପ୍ରଶାସନ ତରଫରୁ ଭୋଗ ଦିଆଯାଇଛି।

ଦିନ ୧୧ ଟା ୨୫ରେ ଭୁବନେଶ୍ବରରେ ଅତ୍ୟାଧୁନିକ ହସ୍ପିଟାଲ ସମ୍ ଅଲଟିମେଟ୍ କେୟାରର ଉଦଘାଟନ ଉତ୍ସବରେ ଯୋଗଦେବେ ଅମିତ ଶାହା ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଯୋଗ ଦେଇ ସମ୍ ଅଲଟିମେଟ୍ ହସ୍ପିଟାଲକୁ ମିଳିତ ଭାବେ ଲୋକାର୍ପଣ କରିବେ । ଆଜି ମଧ୍ୟାହ୍ନରେ ଦିଲ୍ଲୀ ଅଭିମୁଖେ ବାହାରି ଯିବେ ।

ପଢନ୍ତୁ: ହ୍ଵାଟ୍ସଆପ, ଟିକଟକ ଓ ଟ୍ୱିଟର ବିରୋଧରେ ରୁଜୁ ହେଲା ମାମଲା

ସମ୍ବନ୍ଧିତ ଖବର

କଥା, କାର୍ଯ୍ୟ ଓ ଚିନ୍ତାରେ ହିଂସା ତ୍ୟାଗ ପାଇଁ ନବୀନଙ୍କ ଆହ୍ଵାନ

Ratnamani Maharana

କରୋନା କବଳରେ ଭାରତର ୪୦ ନାଗରିକ

Ratnamani Maharana

କୋଚିରେ ବେଆଇନ କୋଠା ଭଙ୍ଗାହେବାପରେ ଏବେ ଭୁବନେଶ୍ୱର ଚିନ୍ତା

Ratnamani Maharana

ଫାଶୀରୁ ବର୍ତ୍ତିବାକୁ ପୁଣି ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ପବନ

Ratnamani Maharana

ଦିଲ୍ଲୀ ହିଂସାକାଣ୍ଡ ନେଇ ଅମିତ ଶାହାଙ୍କୁ ସୋନିଆଙ୍କ ଟାର୍ଗେଟ୍

Ratnamani Maharana

୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ବର୍ଷା ସମ୍ଭାବନା, ପାଣିପାଗ ବିଭାଗର ସୂଚନା

admin