EnewsOdia.Com

୫୫ ବର୍ଷ ବୟସରେ ପଦାର୍ପଣ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

ଆଜି ହେଉଛି ଭାରତର କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଜନ୍ମଦିନ। ଆଜି ସେ ମଙ୍ଗଳବାର ୫୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ୧୯୬୪ ଅକ୍ଟୋବର ୨୨ରେ ମୁମ୍ବାଇର ଏକ ଗୁଜୁରାଟି ପରିବାରରେ ଜନ୍ମଗ୍ରହଣ କରିଥିବା ଅମିତ ଶାହାଙ୍କର ପିତାଙ୍କ ନାମ ହେଉଛି ଅନିଲ ଚନ୍ଦ୍ର ଶାହା ଏବଂ ମାତାଙ୍କ ନାମ କୁସୁମବେନ ।

 

ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅମିତ ଶାହାଙ୍କ ୫୫ତମ ଜନ୍ମଦିନ ଅବସରରେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ସେ ଟୁଇଟ ଜରିଆରେ ଶୁଭେଚ୍ଛା ଜଣାଇ କହିଛନ୍ତି,‘ କର୍ମଠ, ଅଭିଜ୍ଞ, କୁଶଳ ସଂଗଠକ ଏବଂ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଅମିତ ଶାହାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଉଛି । ସରକାରରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବା ସହିତ ଭାରତକୁ ସଶକ୍ତ ଓ ସୁରକ୍ଷିତ କରିବାରେ ଶାହାଙ୍କ ଭୂମିକା ଭୁଲିହେବ ନାହିଁ । ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ ଏବଂ ସର୍ବଦା ସୁସ୍ଥ ରଖନ୍ତୁ, ଏହା ହିଁ କାମନା କରୁଛି ।’

ପଢନ୍ତୁ: ଅଯୋଧ୍ୟା ଦୀପୋତ୍ସବ ୨୦୧୯ ପାଇଁ ଆଲୋକିତ ହେବ ୮ ହଜାର ଘର

ସମ୍ବନ୍ଧିତ ଖବର

ରାତି ପାହିଲେ ପବିତ୍ର ରାସ ପୂର୍ଣ୍ଣିମା, କ’ଣ ଏହାର ମାହାତ୍ମ୍ୟ ?

Ratnamani Maharana

କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

Ratnamani Maharana

ଜାପାନରେ ‘ହଗିବିସ୍’ର ତାଣ୍ଡବ

Ratnamani Maharana

ବଗଦାଦୀ ପରେ ଆଇଏସଆଇଏସର କମାଣ୍ଡ ସମ୍ଭାଳିଲା ଅବଦୁଲ୍ଲା କାର୍ଦଶ

Ratnamani Maharana

ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ଆସନ୍ତାକାଲି ଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ

Ratnamani Maharana

କଟକ ବଡ଼ ମେଡ଼ିକାଲ ପାଇଁ ବଡ ପ୍ୟାକେଜ

Ratnamani Maharana