29.1 C
Bhubaneswar
June 13, 2021
EnewsOdia.Com
ରାଜନୀତି

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ବଙ୍ଗଳା ଭାଷା ଶିଖୁଛନ୍ତି ଅମିତ୍ ଶାହା

ଜନତାଙ୍କୁ ଖୁସି କରିପାରିଲେ ନିର୍ବାଚନ ସମୟରେ ଦଳର ବିଜୟ। ଜନତାଙ୍କୁ ଖୁସି କରିବାପାଇଁ କିଏ କେତେ ଉପାୟ ଅବଲମ୍ବନ କରିଥାଏ। ତେବେଜନତାଙ୍କୁ ଖୁସି କରିବାପାଇଁ  ଅମିତ ଶାହାଙ୍କ ପ୍ରାୟସ ଏବେ ଚର୍ଚାରେ। ବଙ୍ଗଳା ଶିଖୁଛନ୍ତି ଅମିତ ଶାହା। ୨୦୨୧ରେ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧ‌ାନସଭା ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି। ନିର୍ବାଚନକୁ ଆଖି ଆଗରେ ରଖି ପଶ୍ଚିମବଙ୍ଗର ଜନତାଙ୍କୁ ଖୁସି କରାଇବା ପାଇଁ ସେ ଏବେ ବଙ୍ଗଳା ଭାଷା ଶିଖିବା ଆରମ୍ଭ କରିଛନ୍ତି। ଏହା ପାଇଁ ସେ ଜଣେ ଶିକ୍ଷକଙ୍କୁ ମଧ୍ୟ ନିଯୁକ୍ତି ଦେଇଥିବା ଜଣା ପଡ଼ିଛି। ତେବେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ଲୋଗାନ ପରେ ସେ ଏଭଳି କରିବା ନେଇ ଚିନ୍ତା କରିଥିବା ଚର୍ଚ୍ଚା ହେଉଛି।

ସୂଚନା ମୁତାବକ, ଗତ କିଛି ଦିନ ତଳେ ମମତା ବାନାର୍ଜୀ ସ୍ଲୋଗାନ ଦେଇ କହିଥିଲେ କି, ମା’, ମତି ଏବଂ ମନୁଷ (ମା’, ମାତୃଭୂମି ଏବଂ ଲୋକ)। ଏହା ସହ ବଙ୍ଗଳା ଭାଷାର ଗର୍ବ ଓ ସମ୍ମାନକୁ ନେଇ ସେ ନିଜ ଭାଷଣ ରଖିବା ସହ ଅମିତ ଶାହାଙ୍କୁ ଜଣେ ବାହାର ଲୋକ ବୋଲି କହିଥିଲେ। ମମତାଜୀଙ୍କ ଏଭଳି ଭାଷଣ ପରେ ବଙ୍ଗଳା ଭାଷାକୁ ସମ୍ମାନ ଜଣାଇ ସେ ଏହି ଭାଷା ଶିଖିବା ଆରମ୍ଭ କରିଛନ୍ତି।

ପଢନ୍ତୁ: ରେଳଷ୍ଟେସନରେ ଲାଗିବ ଫେସ୍ ଆଇଡେଣ୍ଟିଫିକେସନ୍ ସିଷ୍ଟମ

Related posts

ଆସିଲା ରାଜ୍ୟସଭା ପ୍ରାର୍ଥୀଙ୍କ ସମ୍ପତ୍ତି ତାଲିକା, ଜାଣନ୍ତୁ କେଉଁ ପ୍ରାର୍ଥୀଙ୍କର ଅଛି କେତେ ସମ୍ପତ୍ତି

Ratnamani Maharana

ସିଏଏ ହିଂସାକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ

Ratnamani Maharana

ଏଥର ହୋଲି ପାଳିବେନି ମୋଦି

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More