POLITICALS

ଏଲ୍‌.କେ ଆଡ଼ଭାନୀଙ୍କ ବିକଳ୍ପ ସାଜିବେ ଅମିତ ଶାହା: ଏଲ୍‌.କେ ଆଡ଼ଭାନୀଙ୍କ ରାଜନୈତିକ କ୍ୟାରିୟର ଶେଷ

ଲାଲକୃଷ୍ଣ ଆଡ଼ଭାନୀଙ୍କୁ ମିଳିବନି ଟିକେଟ, ଗାନ୍ଧିନଗର ଆସନରୁ ଲଢ଼ିପାରନ୍ତି  ଅମିତ ଶାହା……

ବିଜେପିର ବରିଷ୍ଠ ନେତା ତଥା ରାଜନୀତି ଜଗତର ଜଣାଶୁଣା ବ୍ୟକ୍ତି ଏଲ୍‌.କେ ଆଡ଼ଭାନୀଙ୍କ ରାଜନୀତି କ୍ୟାରିୟର ହେବାକୁ ଯାଉଛି ଶେଷ। ବିଜେପିର ପ୍ରାର୍ଥୀ ଭାବେ ଟିକେଟ ମିଳିବାକୁ ଆଶାୟୀ ଆଡଭାନୀଙ୍କୁ ବିଜେପି ଶେଷରେ କରିଛି ନିରାଶ। ଗାନ୍ଧୀନଗର ସଂସଦୀୟ ଆସନରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀ ସାଂସଦ  ଅଛନ୍ତି। ତେବେ ଗାନ୍ଧୀନଗରରୁ କାହାକୁ ପ୍ରାର୍ଥୀ କରିବାନେଇ ବିଜେପି ନେଇ ନାହି ନିଷ୍ପତି। ତେବେ ଗାନ୍ଧୀ ନଗର ଆସନରୁ ଅମିତ ଶାହା  ପ୍ରାର୍ଥୀ ହେବା ନେଇ ଚର୍ଚା ଜୋର ଧରିଛି।

୭୫ ବର୍ଷ ବୟସ ପାର କରିଥିବା ନେତା ନିର୍ବାଚନ ଲଢ଼ି ପାରିବେ କିନ୍ତୁ ତାଙ୍କୁ କୌଣସି ମନ୍ତ୍ରୀପଦ  କିମ୍ବା ସଂଗଠନରେ ପଦବୀ ମିଳିବ ନାହିଁ ବୋଲି କହିଥିଲା ବିଜେପି। ତେବେ ଦଳର ସୂଚନା ଅନୁଯାୟୀ ପ୍ରାର୍ଥୀ ହେବା ପାଇଁ ବୟସ ନୁହେଁ ଜିତିବାର କ୍ଷମତା ଓ କାର୍ଯ୍ୟକାଳ ଭିତରେ ସାଂସଦଙ୍କ ରିପୋର୍ଟ କାର୍ଡକୁ  ତର୍ଜମା କରାଯାଉଛି। ତେବେ ଗାନ୍ଧୀ ନଗରରୁ ଅମିତ ଶାହା ପ୍ରାର୍ଥୀ ହେଲେ ଆଡଭାନୀଙ୍କ ରାଜନୀତି କ୍ୟାରିୟରର ଶେଷ ହେବା ନେଇ ସ୍ପଷ୍ଟିକରଣ  ମିଳୁଛି।
ପଢନ୍ତୁ: ନବୀନଙ୍କୁ ଦେଖି କାନ୍ଦିପକେଇଲେ ଦାମ: ନବୀନ ପ୍ରକୃତରେ କଠୋର ନୁହନ୍ତି

Related posts

ଭୋଟ ପାଇଁ ବୋଟରେ ଯାତ୍ରା କଲେ ପ୍ରିୟଙ୍କା ଗାନ୍ଧୀ

Ratnamani Moharana

ଭୋଟରଙ୍କ ମନ ଜିଣିବା ପାଇଁ ସମ୍ବିତ ପାତ୍ରଙ୍କ ନୂଆ ପ୍ରୟାସ: ତେଲୁଗୁ ଭାଷାରେ ଗାଇଲେ ଗୀତ

Ratnamani Moharana

ଟିଭି ବିତର୍କରୁ ଦୂରେଇଲେ କଂଗ୍ରେସ ମୁଖପାତ୍ର

Ratnamani Moharana

Leave a Comment