News

ଏଥର ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇବେ ଅମିତ ଶାହ

Amit Shah May Flag Wasting In Lal Chowk Thumbnail 750x430

ଶ୍ରୀନଗରର ଲାଲଚୌକରେ ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ 

 

ଭାରତ ସରକାର ଆଉ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ  ପରେ ଏବେ ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇବାକୁ ଭାରତ ସରକାର ଅଣ୍ଟା ଭିଡ଼ିଛନ୍ତି। ଆସନ୍ତା ଅଗଷ୍ଟ ୧୫ ସ୍ୱାଧୀନତା ଦିବସରେ ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ  ଜମ୍ମୁ-କଶ୍ମୀରର ଲାଲ ଚୌକ୍‌ରେ ପତାକା ଉତ୍ତୋଳନ କରିବାକୁ ଯିବେ ବୋଲି ଜଣାପଡ଼ିଛି। ଏଥିପାଇଁ ଏବେ ଠାରୁ ଜମ୍ମୁ-କଶ୍ମୀରରେ ପୂର୍ବରୁ ଥିବା ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଏବଂ ଏହାକୁ ଦୁଇ ଭାଗ କରିବା ପରେ ପ୍ରଥମଥର ପାଇଁ ଅମିତ ଶାହ ଉପତ୍ୟକା ଗସ୍ତ କରିବ।

ତେବେ ଏ ପ୍ରସଙ୍ଗରେ ଜମ୍ମୁ-କାଶ୍ମୀର ପୁଲିସ ପାଖରେ ଠୋସ୍ ଖବର ନଥିବା କୁହାଯାଉଛି। ତେବେ ଏହାକୁ ଗୋପନୀୟ ରଖାଯାଇଛି। ଗଣମାଧ୍ୟମକୁ ବି କିଛି ସୂଚନା ଦିଆଯାଉନାହିଁ। ଖାଲି ସେତିକି ନୁହେଁ , ଅମିତ ଶାହଙ୍କ ଗସ୍ତ ପୂର୍ବରୁ ଶ୍ରୀନଗରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ୧୯୯୨ରେ ବିଜେପି ଭେଟରାନ୍‌ ମୁରଲୀ ମନହୋର ଯୋଶୀ ଓ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇଥିଲେ। ବିଜେପିକୁ ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇବାକୁ ପାକିସ୍ତାନ ପ୍ରାୟୋଜିତ ବିଭିନ୍ନ ଆତଙ୍କୀ ସଂଗଠନ ବାରଣ କରିଥିଲେ ହେଁ ଏହାକୁ ସେମାନେ ଖାତିର କରି ନଥିଲେ।

V 4

ଏବେ ଅମିତ ଶାହ ପୁଣି ଏକ ଇତିହାସ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛନ୍ତି। ଶେଷଥର ୧୯୪୮ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହରୁ  ଲାଲ ଚୌକରେ ତ୍ରିରଙ୍ଗା ଉଡ଼ାଇଥିଲେ।

ପଢନ୍ତୁ: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେବେ ଗୋଟବାୟା

Related posts

୨୫ରେ ଏମସ୍‌ର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି

ENO Beuro

Smart Look To Bhubaneswar Railway Station – State Government

ENO Beuro

କଟକ: ଲିଙ୍କ ରୋଡରେ ପେଟ୍ରୋଲ ପମ୍ପରେ ନିଆଁ

ENO Beuro

Leave a Comment