POLITICALS

ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ଲଙ୍କାକାଣ୍ଡ

ପଶ୍ଚିମବଙ୍ଗରେ ଗତକାଲି ହୋଇଥିବା ନିର୍ବାଚନୀ  ହିଂସାକାଣ୍ଡ ଘଟଣାକୁ ନେଇ ପରସ୍ପର ଉପରେ ଦୋଷ ଲଦିଛନ୍ତି ତୃଣମୂଳ କଂଗ୍ରେସ ଏବଂ ବିଜେପି।  କୋଲକାତାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ରୋଡ୍‌ ଶୋ’ ବେଳେ ଶାହାଙ୍କ ଶୋଭାଯାତ୍ରାରେ ସାମିଲ ଥିବା ଏକ ଟ୍ରକ ଉପରକୁ କେହି ଜଣେ ବାଡ଼ି ଫୋଫାଡ଼ିବା ପରେ ରଣକ୍ଷେତ୍ର ପାଲଟିଲା ରାଜରାସ୍ତା । ଘଟଣା ପାଇଁ ଶାହା ସିଧାସିଧା ମମତା ସରକାରଙ୍କୁ ଦାୟୀ କରିଥିବା ବେଳେ ଦିଲ୍ଲୀରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି ବିଜେପି ଟିମ୍ । ଏନେଇ ନିର୍ବାଚନ କମିଶନଙ୍କୁ ତୃଣମୂଳ କଂଗ୍ରେସର ସଂସଦୀୟ ଟିମ୍ ଭେଟିବ ବୋଲି ଟିଏମସି ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ରୋଡ୍ ଶୋ ପାଲଟିଲା ରଣକ୍ଷେତ୍ର  ଏପରି କିଛି ଦୃଶ୍ୟ ଥିଲା ପଶ୍ଚିମବଙ୍ଗରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମେଗା ରୋଡ୍ ଶୋ ସମୟରେ। କେହି ଜଣେ ଦୁର୍ବୃତ୍ତ ଶୋଭାଯାତ୍ରାରେ ସାମିଲ ହୋଇଥିବା ଟ୍ରକ୍ ଉପରକୁ ବାଡ଼ି ଖଣ୍ଡେ ଫୋଫାଡ଼ିଥିଲେ । ଏହା ପରେ ହିଁ ଆରମ୍ଭ ହୋଇଥିଲା ତୁମୁଳକାଣ୍ଡ । ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ଲାଠିଚାର୍ଜ୍ କରିଥିଲା ପୋଲିସ ।
ପଢନ୍ତୁ: ଉଧେଇପାରୁନି ଓଡିଶା: ଦାଉ ସାଧୁଛି ପ୍ରକୃତି

Related posts

ପଶ୍ଚିମବଙ୍ଗ ରାୟଗଞ୍ଜରେ ମତଦାନ ସମୟରେ ନିର୍ବାଚନୀ ହିଂସା

Ratnamani Moharana

ଦାରିଦ୍ର୍ୟତା ଉପରେ ସର୍ଜିକାଲ ଷ୍ଟ୍ରାଇକ କରିବେ ରାହୁଲ ଗାନ୍ଧୀ

Ratnamani Moharana

ଯୋଗ ଦିବସରେ ଟୁଇଟ କରି ଅଡୁଆରେ କଂଗ୍ରେସ ଅଧକ୍ଷ ରାହୁଲ ଗାନ୍ଧି

Ratnamani Moharana

Leave a Comment