POLITICALS

ବିଜେପିର ମିଶନ ୧୨୦: ୧୫ରେ ସମ୍ବଲପୁର ଆସିବେ ଅମିତ ସାହ 

amit

୧୪ରେ ରାମକୃପାଳ ଯାଦବ, ୧୭ ରେ ରାଜନାଥ ସିଂହ

ରାଜ୍ୟ ବିଜେପି ମିଶନ ୧୨୦ ଲକ୍ଷ୍ୟରେ ଆଗେଇ ଚାଲିଛି। ପୂର୍ବ ଭାରତର ବିକାଶ ତଥା ନୂଆ ଭାରତ ଏବଂ ନୂଆ ଓଡିଶା ଗଠନ ପାଇଁ ବିଜେପି ପ୍ରାଧାନ୍ୟ ଦେଇ ଆସୁଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ୧୪ରେ କେନ୍ଦ୍ର ଗ୍ରାମିଣୀ ବିକାଶ ମନ୍ତ୍ରୀ ରାମ କୃପାଳ ଯାଦବ ଓଡିଶା ଗସ୍ତରେ ଆସି ଟିଟଲାଗଡ ଏବଂ ରାଉଲକେଲାରେ ପରିବର୍ତ୍ତନ ସମାବେଶରେ ଯୋଗ ଦେବେ ବୋଲି ରାଜ୍ୟ ମୁଖ୍ୟପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି ଫେବ୍ରୁଆରି ୧୫ରେ ସମ୍ବଲପୁର ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସମ୍ବଲପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ୪ଟି ଲୋକସଭା କ୍ଷେତ୍ରରେ ସଙ୍ଗଠନମାନଙ୍କ ସହ ଆଲୋଚନା କରିବେ। ସଭାରେ ଢେଙ୍କାନାଳ, ବରଗଡ଼, ସମ୍ବଲପୁର ଓ ସୁନ୍ଦରଗଡ଼ କ୍ଷେତ୍ରର ବୁଥ ସଭାପତି, ସମ୍ପାଦକ ଓ ପ୍ରଭାରୀମାନଙ୍କୁ ଗୁରୁମନ୍ତ୍ର ଦେବେ ଶାହ। ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୦ ହଜାର ବୁଥ ସ୍ତରୀୟ ସଙ୍ଗଠକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା।

ପଢନ୍ତୁ;  ଜେଇଇ ମେନ-୨ ପାଇଁ ଆବେଦନ ଆରମ୍ଭ 

 

Related posts

ମାହାଙ୍ଗାରେ ବୈଜୟନ୍ତଙ୍କୁ ବିରୋଧ,ପୁଣି ଆରମ୍ଭ ଛକାପଞ୍ଝା

ENO Beuro

ବିଜେପିରେ ଯୋଗଦେଲେ ପୂର୍ବତନ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା

ENO Beuro

ମଦ ନିଶାରେ ହାତରେ ବନ୍ଧୁକ ଧରି ନାଚିବା ମହଙ୍ଗା ପଡିଲା

Ratnamani Moharana

Leave a Comment