POLITICALS

ଆଜି ପୁରୀରେ ରୋଡ୍ ଶୋ’ କରିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା

ଆଜି ପୁଣି ଓଡିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା  । ପୁରୀରେ ଶାହା ବିଜେପିର ଲୋକସଭା ଓ ବିଧାନସଭା  ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।ଅମିତ୍‌ ଶାହ ଅପରାହ୍ନ ୫ଟାରେ ଭୁବନେଶ୍ୱର ପହଞ୍ଚିବା ପରେ ସିଧାସଳଖ ପୁରୀ ଗସ୍ତ  କରିବେ। ସନ୍ଧ୍ୟା ୬ଟାରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବଡଦାଣ୍ଡରେ ରୋଡ‌୍‌ ସୋ’ରେ ବାହାରିବେ। ବଡଦାଣ୍ଡରୁ ଆରମ୍ଭ ହୋଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଶରଧାବାଲିଠାରେ ଏକ ସାଧାରଣ ସଭାରେ ଶାହା ଉଦବୋଧନ ‌ଦେବେ ଅମିତ ଶାହା। ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର  ଓ ସାତଟି ବିଧାନସଭା ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ବୋଲି ସୂଚନା ମିଳିଛି।

ତେବେ ପୁଣି ନରେନ୍ଦ୍ର ମୋଦୀ  ଓଡିଶା ଗସ୍ତରେ ଆସିବେ। ସେ ଆସନ୍ତା ୧୫ କିମ୍ବା ୧୬  ତାରିଖରେ ଓଡ଼ିଶା ଆସି ପାରନ୍ତି।ସେପଟେ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କ ବ୍ରହ୍ମପୁର ଓ ଫୁଲବାଣୀ ଗସ୍ତ ଥିଲା । ରାହୁଲଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶେଷ ମହୁର୍ତ୍ତରେ ବାତିଲ  କରିଦିଆଯାଇଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।
ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ଜବାବ ଦେଲେ ନବୀନ

Related posts

ରାଜ୍ୟରେ ‘ଆୟୁଷ୍ମାନ’କୁ ମିଳିପାରେ ଗ୍ରୀନ ସିଗନାଲ

Ratnamani Moharana

ଇତିହାସରେ ପ୍ରଥମଥର ବ୍ରିଫକେସ୍ ବଦଳରେ ଲାଲ୍ ବ୍ୟାଗରେ ବଜେଟ ରଖିଲେ ସୀତାରମଣ୍

Ratnamani Moharana

ଭୁବନେଶ୍ଵରରେ ନିର୍ବାଚନୀ ହିଂସା: ଜଗନ୍ନାଥ ଓ ଅନନ୍ତଙ୍କୁ ବୋମା ମାଡ

Ratnamani Moharana

Leave a Comment