News

ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅମିତା ଉଦ୍‌ଗାତାଙ୍କ ପରଲୋକ!

ପପୁଲାର ଟିଭି ସୋ’ପ୍ରତିଜ୍ଞା’ଫେମ ସିନିଅର ଅଭିନେତ୍ରୀ ଅମିତା ଉଦ୍‌ଗାତାଙ୍କର ମଙ୍ଗଳବାର ଦିନ ମୃତ୍ୟୁ ହୋଇଯାଇଛି। ମିଳିତ ତଥ୍ୟ ମୁତାବକ ଅମିତା ଅନେକ ଦିନ ଧରି ରୋଗାଗ୍ରସ୍ତ କାରଣରୁ ୪ଦିନ ହେବ ହସ୍ପିଟାଲରେ ଭର୍ତ୍ତି ଥିଲେ। ଚିକିତ୍ସା ଦ୍ୱାରା ତାଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖାଯାଇଥିଲା। ମାତ୍ର ଅଚାନକ ତାଙ୍କର ଫୁସଫୁସ ଅକାମୀ ହେବା ଫଳରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ତାଙ୍କର ଦୁଇ ପୁଅ ରୁଚିନ ଏବଂ ରିସଭ ଦୁହେଁ ଅମିତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ଦିନ କରିବେ। ତାଙ୍କର ବଡ ପୁଅ ବିଦେଶରେ ରହୁଥିବା ଯୋଗୁଁ ସେ ଆସିଲେ ଅମିତାଙ୍କର ସଂସ୍କାର କରାଯିବ।

ଜି ଟିଭି ଧାରାବାହିକ କୁଛ୍‌ ରଙ୍ଗ ପ୍ୟାର୍‌ କିରେ ତାଙ୍କର ଅଭିନୟ ଅତି ଉଚ୍ଚକୋଟୀର ଥିଲା। ଜି ଟିଭିରେ ପ୍ରସାରିତ ହେଉଥିବା ମନ୍‌ କି ଆଓ୍ବାଜ ପ୍ରତିଜ୍ଞା, ଡୋଲି ଅରମାନ୍‌ କି, ବାଜିଗର୍‌ ଆଦି ଧାରାବାହିକରେ ଅଭିନୟ କରିଥିଲେ। ତାଙ୍କ ଅଭିନୟ ଜୀବନର ଆରମ୍ଭ ୧୯୬୫-୬୬ରେ ଥିଏଟରରୁ ଆରମ୍ଭ ହୋଇଥିଲା।

ଅମିତାଙ୍କ ମୃତ୍ୟୁ ପାଇଁ ଏକ କୋ-ଷ୍ଟାର ଆଭା ପରମାର କହିଛନ୍ତି ଏହା ଏକ ଦୁଃଖର ବିଷୟ ଅଟେ। ତାଙ୍କୁ ଦେଖା କରିବା ପାଇଁ ଇଚ୍ଛା ଥିଲା ମାତ୍ର ସେ ଆସିପାରିନଥିଲେ। ଦୁହେଁ ଏକା ସହ କାମ କରିଥିବା କହିଛନ୍ତି ଅଭା ପରମାର। ଅମିତା ଛୋଟ ପରଦା ସହ ବଡ ପରଦାରେ ମଧ୍ୟ କାମ କରିଛନ୍ତି। ସେ ପରିଣିତ ଚୋପ୍ରାଙ୍କ ସହ ‘ହସି ତୋ ଫସି’ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ସହ ‘ସରବଜିତ’ଫିତ୍ମରେ ମଧ୍ୟ କାମ କରିଛନ୍ତି।

ପଢନ୍ତୁ; ରିଲିଜ ହେଲା ସଂଜୟ ଦତ୍ତଙ୍କ ବାୟୋପିକ ‘ସଞ୍ଜୁ’ର ଟିଜର!

Related posts

ଏଫ-୧୬ ସମ୍ପର୍କରେ ତଥ୍ୟ ଦେବନି ଆମେରିକା

Ratnamani Moharana

ସଡ଼କ ଦୁର୍ଘଟଣାରେ ଜୀବନ ହାରିଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଟି ରାମାରାଓଙ୍କ ପୁଅ

ENO Beuro

ଏନଡିଏମ୍ଏର 14ତମ ପ୍ରତିଷ୍ଠା ଦିବସକୁ ଉଦଘାଟନ କଲେ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ

ENO Beuro

Leave a Comment