ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ : ସ୍ଵାସ୍ଥ୍ୟବସ୍ଥାରେ ଅବନ୍ନତି

ବିଗିଡିଲା ଅମିତାଭ ବଚ୍ଚନଙ୍କ ସ୍ଵାସ୍ଥ୍ୟ

ବଲିଉଡର ମେଗା ଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ଵାସ୍ଥ୍ୟ  ବିଗିଡି ଥିବାରୁ  ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଅନୁସାରେ ଗ୍ୟାସଜନିତ ଅସୁବିଧା କାରଣରୁ ଅମିତାଭଙ୍କ ସ୍ଵାସ୍ଥ୍ୟବସ୍ଥାରେ ଅବନ୍ନତି ଦେଖାଯାଇଛି । ବର୍ତ୍ତମାନର ସୂଚନା ମୁତାବକ ଅମିତାଭକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଏ ପର୍ୟ୍ୟନ୍ତ ଡାକ୍ତର ଏବଂ ପରିବାର ବର୍ଗ ପକ୍ଷରୁ କୌଣସି ବୟାନ ଆସିନାହିଁ ।

୨୦୧୨ରେ ମଧ୍ୟ ଅମିତାଭ ବଚ୍ଚନ ସର୍ଜରୀ ପାଇଁ ୧୨ ଦିନ ପର୍ୟ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  ଅମିତାଭଙ୍କର ଲିଭର ସହ ଜଡିତ ସମସ୍ୟା ରହିଛି। ଖାଦ୍ୟନଳୀର ନିମ୍ନଭାଗ ମଧ୍ୟ ଦୁର୍ବଳ ଅଛି ।

କିଛି ବର୍ଷ ପୂର୍ବେ ତାଙ୍କର ତଳି ପେଟର ସର୍ଜରୀ ହୋଇଥିଲା। ୨୦୦୫ରେ ତାଙ୍କ ପେଟରେ ଯନ୍ତ୍ରଣା ହୋଇଥିଲା। ସେହି ସମୟରେ ଅନୁମାନ କରାଯାଉଥିଲା ଯେ ଏହା ଗ୍ୟାସଜନିତ ସମସ୍ୟା।  ମାତ୍ର ପରୀକ୍ଷଣ ପରେ ଜଣା ପଡିଥିଲା ଯେ ଖାଦ୍ୟନଳୀର ନିମ୍ନଭାଗ ଅର୍ଥାତ ଅନ୍ତବୁଜୁଳାରେ ସମସ୍ୟା ରହିଛି। ଡାକ୍ତର କହିଥିଲେ ଯେ ସମୟ ପୂର୍ବରୁ ଯଦି ଏହାର ଚିକିତ୍ସା କରାନଯାଏ ତେବେ ଏହା ଘାତକ ସାବ୍ୟସ୍ତ ହୋଇପାରେ।  ଏହି ରୋଗରେ  ଅନ୍ତ ବୁଜୁଳା ଦୁର୍ବଳ ହୋଇଯାଏ।

ପଢନ୍ତୁ ;

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କ ଘର ଉପରକୁ ଢେଲାମାଡ଼, ପୋଲିସ ଓ ବିଜେପି କର୍ମୀ ମୁହାଁମୁହିଁ

ଖବର ଅନୁସାରେ ଗ୍ୟାସଜନିତ ଅସୁବିଧା କାରଣରୁ ଅମିତାଭଙ୍କ ସ୍ଵାସ୍ଥ୍ୟବସ୍ଥାରେ ଅବନ୍ନତି ଦେଖାଯାଇଛି - 4.5

90%

୨୦୧୨ରେ ମଧ୍ୟ ଅମିତାଭ ବଚ୍ଚନ ସର୍ଜରୀ ପାଇଁ ୧୨ ଦିନ ପର୍ୟ୍ୟନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। - 4.4

87%
4.4/5

Very Good!

ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ : ସ୍ଵାସ୍ଥ୍ୟବସ୍ଥାରେ ଅବନ୍ନତି

ବଲିଉଡର ମେଗା ଷ୍ଟାର ଅମିତାଭ ବଚ୍ଚନଙ୍କ ସ୍ଵାସ୍ଥ୍ୟ  ବିଗିଡି ଥିବାରୁ  ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ଅନୁସାରେ ଗ୍ୟାସଜନିତ ଅସୁବିଧା କାରଣରୁ ଅମିତାଭଙ୍କ ସ୍ଵାସ୍ଥ୍ୟବସ୍ଥାରେ ଅବନ୍ନତି ଦେଖାଯାଇଛି । ବର୍ତ୍ତମାନର ସୂଚନା ମୁତାବକ ଅମିତାଭକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଏ ପର୍ୟ୍ୟନ୍ତ ଡାକ୍ତର ଏବଂ ପରିବାର ବର୍ଗ ପକ୍ଷରୁ କୌଣସି ବୟାନ ଆସିନାହିଁ ।

No Votes Yet

You're not rated yet