EnewsOdia.Com

ପୁଣି ଅସୁସ୍ଥ ହେଲେ ଅମିତାଭ ବଚ୍ଚନ

ବଲିଉଡ୍ ବିଗ୍-ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇପଡିଛନ୍ତି।  ଡାକ୍ତର ତାଙ୍କୁ ଯାତ୍ରା ଲାଗି ଅନୁମତି ଦେଉ ନାହାନ୍ତି। ଏଣୁ ସେ ସୋମବାର ଜାତୀୟ ରାଜଧାନୀରେ ଅନୁଷ୍ଠିତ ହେବାକୁ ଯାଉଥିବା ରାଷ୍ଟ୍ରୀୟ ଚଳଚିତ୍ର ପୁରସ୍କାର ବିତରଣୀ ଉତ୍ସବରେ ଯୋଗଦେଇପାରିବେ ନାହିଁ। ଏମିତି କିଛି ଟ୍ବିଟ କରିଛନ୍ତି ବିଗ ବି। ଟୁଇଟରେ ଲେଖାଯାଇଛି କି, ଦେହ ଖରାପ ଲାଗୁଛି। ଯାତ୍ରା କରି ପାରିବି ନାହିଁ। ଦିଲ୍ଲୀରେ ଆସନ୍ତାକାଲି ହେବାକୁ ଥିବା ରାଷ୍ଟ୍ରୀୟ ପୁରସ୍କାର ସମାରୋହରେ ଯୋଗ ଦେଇ ପାରିବି ନାହିଁ। ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ସ୍ବାସ୍ଥ୍ୟ ସମସ୍ୟା ପାଇଁ ବିଗ୍ ବି ଅନେକ ଆୱାର୍ଡ ସୋ’କୁ ଚାହି ବି ଯାଇ ପାରି ନାହାନ୍ତି।

ସୂଚନା ମୁତାବକ, ଆଜି ବିଗ୍ ବି ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯିବ। ଫିଲ୍ମ ଉଦ୍ୟେଗରେ ଅମିତାଭ ବଚ୍ଚନଙ୍କର ଯେଉଁ ଯୋଗଦାନ ରହିଛି, ତାହାକୁ ଆଖି ଆଗରେ ରଖି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିବାକୁ ଥିବା ବେଳେ ସ୍ବାସ୍ଥ୍ୟ ସମସ୍ୟା ପାଇଁ ବିଗ୍ ବି ସେଠାରେ ଉପସ୍ଥିତ ରହି ପାରିବେ ନାହିଁ।
ପଢନ୍ତୁ: ମ୍ୟାଚ୍ ପୂର୍ବରୁ ମେଫେୟାର ହୋଟେଲରେ ମସ୍ତି ମୁଡରେ ଟିମ୍ ଇଣ୍ଡିଆ

ସମ୍ବନ୍ଧିତ ଖବର

ଉବେର ଇଟସକୁ କିଣିନେଲା ଜମାଟୋ

Ratnamani Maharana

ବୋହୂ ଐଶ୍ୱର୍ଯ୍ୟାଙ୍କ ସମସ୍ତ ସାମଗ୍ରୀକୁ ବାପଘରକୁ ପଠାଇଦେଲେ ଶାଶୁ ରାବଡ଼ି

Ratnamani Maharana

୩୦ ଥର ବସ୍‌ ଉଠ୍‌ ହୁଅନ୍ତୁ ଓ ମାଗଣାରେ ପାଆନ୍ତୁ ପ୍ଲାଟଫର୍ମ ଟିକେଟ

Ratnamani Maharana

୭ଟି ତୁଳସୀପତ୍ର ଖାଇଲେ ପାଖ ମାଡିବନି କରୋନା, ସୋସିଆଲ ମିଡିଆରେ ଘୂରିବୁଲୁଛି ଗୁଜବ

Ratnamani Maharana

ବିରୋଧ ସତ୍ବେ ଦେଶରେ ଲାଗୁହେଲା ନାଗରିକତା ସଂଶୋଧନ ଆଇନ

Ratnamani Maharana

ଜିଓ ଫ୍ରି କଲା ସମସ୍ତ ଓ୍ୱାଇଫାଇ କଲ୍‌ – ଜାଣନ୍ତୁ କେମିତି କରିବେ ଆକ୍ଟିଭ

Ratnamani Maharana