ଅମିତାଭ ଘୋଷ ପାଇବେ ଜ୍ଞାନପୀଠ ପୁରସ୍କାର

amitabh

ପ୍ରଖ୍ୟାତ ଇଂରାଜୀ ଲେଖକ ଅମିତାଭ ଘୋଷ ଚଳିତବର୍ଷର ଜ୍ଞାନପୀଠ ପୁରସ୍କାର ପାଇବେ। ଦେଶର ସର୍ବୋଚ ସାହିତ୍ୟ ସମ୍ମାନ ଜ୍ଞାନପୀଠ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଇଂରାଜୀ ଲେଖକ। ଔପନାସିକ ଅମିତାଭ ଘୋଷ ତାଙ୍କ ରଚନା ମାଧ୍ୟମରେ ପୁରାତନକୁ ବର୍ତ୍ତମାନର ପ୍ରାସଙ୍ଗିକତା ମଧ୍ୟରେ ସମନ୍ବୟ କରି ସାହିତ୍ୟକୁ ରୁଦ୍ଧିମନ୍ତ କରିବାରେ ଅନନ୍ୟ ପାରଦର୍ଶିତା ପ୍ରଦର୍ଶନ କରିଥାନ୍ତି। ବିଚାରମଣ୍ତଳୀର ଅଧ୍ୟକ୍ଷା ପ୍ରଖ୍ୟାତ ଲେଖିକା ପ୍ରତିଭା ରାୟଙ୍କ ଅଧ୍ୟକ୍ଷତାରେ ଆହୁତ ବୈଠକରେ ଗତକାଲି ଅମିତାଭଙ୍କ ନାମ ଘୋଷଣା କରାଯାଇଛି। ଶ୍ରୀ ଘୋଷ କାଳଜୟୀ ଉପନ୍ୟାସ as “Shadow Lines”, “The Glass Palace”, “The Hungry Tide”, “Sea of Poppies”, “River of Smoke”, “Flood of Fire” ପାଇଁ ବେଶ ଲୋକପ୍ରୀୟତା ଅର୍ଜନ କରିଛନ୍ତି।

amitabh

ତାଙ୍କ ଉପନ୍ୟାସଗୁଡ଼ିକରେ ଐତିହାସିକ ପୃଷ୍ଠଭୂମିରେ ସେ ଆଧୁନିକ ଯୁଗକୁ ଦର୍ଶାଇବା ସହ ଅତୀତକୁ ବର୍ତ୍ତମାନ ସହ ଯୋଡ଼ି ଏକ ନୂତନ ଧାରାରେ ସେ ତାଙ୍କ ଉପନ୍ୟାସଗୁଡ଼ିକୁ ରଚନା କରିଛନ୍ତି। ଯେଉଁ କାରଣ ପାଇଁ ତାଙ୍କ ଉପନ୍ୟାସଗୁଡ଼ିକ ଗତାନୁଗତିକ ଉପନ୍ୟାସ ଠାରୁ ଭିନ୍ନ ହେବା ସହ ପାଠକୀୟ ଆଦୃତି ଲାଭ କରିବାରେ ସମର୍ଥ ହୋଇଛି।

ପଢନ୍ତୁ; ହକି ବିଶ୍ଵକପ୍: ଆଜି ସେମି ଫାଇନାଲ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More