Entertainment

ସୁଟିଂ ସମୟରେ ଅସୁସ୍ଥ ହୋଇ ପଡିଲେ ବିଗ୍‌-ବି ଅମିତାଭ , ସ୍ୱତନ୍ତ୍ର ବିମାନରେ ଯୋଧପୁରରୁ ଆସିଲେ ମୁମ୍ବାଇ

ପୁଣି ବିଗ୍‌-ବି ଅସୁସ୍ଥ !

ବିଗ୍‌-ବି ଅମିତାଭ ବଚ୍ଚନ ଅସୁସ୍ଥ ହୋଇ ପହିଛନ୍ତି। ନିଜ ବ୍ଲଗ୍‌ରେ ସେ ଏ ନେଇ ସେ ଉଲ୍ଳେଖ କରିଛନ୍ତି। ରାଜସ୍ଥାନର ଯୋଧପୁରରେ ‘ଠଗ୍‌ସ ଅଫ୍‌ ହିନ୍ଦୋସ୍ଥାନ’ର ସୁଟିଂ ସମୟରେ ସେ ଅସୁସ୍ଥ ହୋଇପଡିଥିଲେ। ତେଣୁ ଏକ ସ୍ୱତନ୍ତ୍ର ବିମାନରେ ସେ ମୁମ୍ବଇ ଫେରୁଛନ୍ତି।ଫିଲ୍ମର ଏକ ଯୁଦ୍ଧ ଦୃଶ୍ୟରେ ଓଜନିଆ କଷ୍ଟ୍ୟୁମ ପିନ୍ଧିଥିବାରୁ ସେ କ୍ଲାନ୍ତ ଅନୁଭବ କରୁଥିବା ଲେଖିଥିଲେ ବିଗ ବି।

ଫିଲ୍ମ ଠଗସ ଅଫ ହିନ୍ଦୋସ୍ଥାନର ସୁଟିଂ ପାଇଁ କିଛି ଦିନ ହେଲା ଅମିତାଭ ରାଜସ୍ଥାନର ଯୋଧପୁରରେ ଅଛନ୍ତି । କିଛି ଦିନ ତଳେ ସେ ସୁଟିଂ ପାଇଁ ଯୋଧପୁର ଯାଇଥିଲେ ଓ ସେହି ସମୟରୁ ହିଁ ସେ ସାମାନ୍ୟ ଅସୁସ୍ଥ ଥିବା କୁହାଯାଉଥିଲା । ଫଳରେ ସୁଟିଂ ଛଡା ଅନ୍ୟ ସମୟରେ ସେ ପ୍ରାୟ ବିଶ୍ରାମ ନେଉଥିଲେ ।

ପ୍ରଥମ ଦିନରୁ ହିଁ ସେ ତାଙ୍କ କୁକକୁ ନେଇ ଯୋଧପୁର ଆସିଥିଲେ । ଗତ ସପ୍ତାହରେ ମୁମ୍ବାଇର କୋକିଳାବେନ ହସପିଟାଲରେ ଅମିତାଭ ବଚ୍ଚନକୁ ଭର୍ତ୍ତି କରାଯାଇଥିଲା।

ପଢନ୍ତୁ;

ପୁଲିସର ଗୋପନୀୟ ରିପୋର୍ଟ : ସୁନନ୍ଦାଙ୍କୁ ହତ୍ୟା କରାଯାଇଛି!

Related posts

ଶୁଭିଲା ” ଓଲେ ଓଲେ ଦିଲ ବୋଲେ “

ENO Beuro

Popular Dance Reality Show Dance India Dance (DID) Season 6 Audition Held In Odisha Capital

ENO Beuro

ନ୍ୟୁୟର୍କର ମ୍ୟାଡମ ତୁସାଦ ମ୍ୟୁଜିୟମରେ ସ୍ଥାନ ପାଇଲା କ୍ୟାଟ୍ରିନା କୈଫଙ୍କ ମହମ ମୂର୍ତ୍ତି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More