EnewsOdia.Com

ବଲିଉଡ୍‌ରେ ୫୦ ବର୍ଷ ପୂରଣ କଲେ ଅମିତାଭ

ଗତମାସ ୧୧ ତାରିଖରେ ୭୭ ବର୍ଷରେ ପାଦ ଥାପିଥିବା ଅମିତାଭ ବଚ୍ଚନ ଆଜି ବଲିଉଡ୍‌ରେ ୫୦ ବର୍ଷ ପୂରଣ କରିଛନ୍ତି। ୧୯୬୯ ମସିହା ଆଜିର ଦିନରେ ତାଙ୍କର ଡେବ୍ୟୁ ଫିଲ୍ମ ‘ସାତ୍ ହିନ୍ଦୁସ୍ତାନୀ’ ରିଲିଜ୍ ହୋଇଥିଲା। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ନ୍ୟୁକମର୍‌ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ସେଦିନର ଯାତ୍ରା ଆଜି ଯାଏ ଜାରି ରହିଛି। ତାଙ୍କ ଅଭିନୟ କ୍ୟାରିୟର ଭିତରେ ଅନେକ ସୁପର୍‌ଷ୍ଟାର ଆସିଛନ୍ତି, କିନ୍ତୁ ତାଙ୍କ ଷ୍ଟାର୍‌ଡମ୍ ଆଜି ଯାଏ ମଳିନ ପଡ଼ିନି। ଏବକାର ଅନେକ ବଡ଼ ବଡ଼ ଷ୍ଟାର୍ ବି ତାଙ୍କ ଆଗରେ ଫିକା ପଡ଼ି ଯା’ନ୍ତି। ଏବେବି ତାଙ୍କ ହାତରେ ରହିଛି ଫିଲ୍ମ।

ବଲିଉଡ୍‌ରେ ୫୦ ବର୍ଷ ପୂରଣ କରିବା ଅବସରରେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଲେଖିଛନ୍ତି, “ଆମେ ସମସ୍ତେ ତାଙ୍କର ମହାନତାର ସାକ୍ଷୀ ରହିଛନ୍ତି। ତାଙ୍କୁ ପ୍ରଶଂସା କରିବାର ବହୁ କାରଣ ରହିଛି। ତାଙ୍କଠାରୁ ବହୁତ କଥା ଶିଖି ହେବ। ସିନେ ପ୍ରେମୀଙ୍କ ବିଭିନ୍ନ ପିଢ଼ି କହନ୍ତି ଯେ ସେମାନେ ବଚ୍ଚନଙ୍କ ସମୟର। ବାପା, ଫିଲ୍ମ ଇଣ୍ଡଷ୍ଟ୍ରୀ ୫୦ ବର୍ଷ ପୂରଣ କରିଥିବାରୁ ଆପଣଙ୍କୁ ଶୁଭେଚ୍ଛା। ଆମେ ଏବେ ଆସନ୍ତା ୫୦ ବର୍ଷକୁ ଅପେକ୍ଷା କରିବୁ।”

ପଢନ୍ତୁ: ସୋନାଙ୍କ ଉପରେ ନିର୍ମାଣ ହେଲା ଡକ୍ୟୁମେଣ୍ଟାରୀ ‘ସଟଅପ୍‌ ସୋନା’

ସମ୍ବନ୍ଧିତ ଖବର

ବୟସର ୫୪ ତମ ପାହାଚରେ ପାଦ ଥାପିଲେ ସୁପରଷ୍ଟାର୍ କିଙ୍ଗ୍ ଖାନ୍

Ratnamani Maharana

ଦୁଇଦିନିଆ ଓଡ଼ିଶା ଗସ୍ତରେ ରୂପା ଗାଙ୍ଗୁଲୀ

Ratnamani Maharana

ରାନୁଙ୍କ ନାଁ ଶୁଣି ଚିଡ଼ିଗଲେ ହିମେଶ୍‌

Ratnamani Maharana

ଇଣ୍ତିଆନ ଆଇଡଲ ଟପ୍-୧୫ରେ କଟକ ଝିଅ ଚେଲ୍‌ସି

Ratnamani Maharana

ଆଜି ପ୍ରଦାନ କରାଯିବ ୬୬ ଜାତୀୟ ଚଳଚିତ୍ର ପୁରସ୍କାର

Ratnamani Maharana

ବହି ଧରି ଗାନ୍ଧୀଙ୍କ କଥା ଏମିତି ପଢ଼ିଲେ ବଲିଉଡ୍‌ ଷ୍ଟାର୍‌

Ratnamani Maharana