ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା,ଅପରାହ୍ଣରେ ବୈଠକ!

ଓଡ଼ିଶା ଗସ୍ତରେ ଅମିତ ଶାହା

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି-ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା।୨୦୧୯ରେ ମିଶନ୍‌-୧୨୦କୁ ସଫଳ କରିବାକୁ ଯୁବ ବାହିନୀଙ୍କୁ ମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ସେ ଭବାନୀପାଟଣାଠାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ସମାବେଶରେ ଯୋଗ ଦେଇ ଦଳୀୟ କାର୍ୟ୍ୟକର୍ତାଙ୍କୁ ଉଦବୋଧନ ଦେବେ । ଏପ୍ରିଲ ୫ ତାରିଖରେ ବଲାଙ୍ଗୀରଠାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ଯୁବ ସମାବେଶରେ ଯୋଗ ଦେବେ।

ରାଜ୍ୟରେ ଶାସକ ବିଜେଡିର ଅପରାଗତା ଏବଂ ନିଷ୍କ୍ରିୟତା ସମ୍ବନ୍ଧରେ ବିଜେପି ବାରମ୍ବାର କହୁଥିବାବେଳେ ଏହାକୁ ଶାହା ଦୋହରାଇବେ ପାରନ୍ତି। ରାଜ୍ୟରେ କୃଷକ ଆତ୍ମହତ୍ୟା ପ୍ରସଙ୍ଗ, ପାନୀୟ ଜଳର ଅଭାବ, ଶିକ୍ଷିତ ଯୁବକ ଅନ୍ୟରାଜ୍ୟକୁ ଯାଇ ଦାଦନ ଖଟିବା ପ୍ରସଙ୍ଗ, ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ସହ ରାଜ୍ୟସରକାରଙ୍କ ବିଫଳତାକୁ ଶ୍ରୀ ଶାହା ଯୁବମାନସରେ ପହଂଚାଇବେ ବିଜେପି ଆଶାବାଦୀ।

ଉଲ୍ଲେଖଯୋଗ୍ୟ, ବିଜେପିର ସର୍ବଭାରତୀୟ ସଂଗଠନ ସାଧାରଣ ସଂପାଦକ ରାମଲାଲଙ୍କ ନେତୃତ୍ୱରେ ଭୁବନେଶ୍ୱରରେ ଦଳୀୟ ସଂଗଠନ ନେଇ ମଙ୍ଗଳବାର ଏକ ବିସ୍ତୃତ ଆଲୋଚନା ହୋଇଥିଲା । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ସମେତ ୨୧ଟି ସଂସଦୀୟ କ୍ଷେତ୍ରର ସାଙ୍ଗଠାନିକ ଦାୟିତ୍ୱ ନେଉଥିବା ନେତା ସାମିଲ ହୋଇଥିଲେ। ବିଶେଷ କରି ଦଳ ଏବଂ ସଂଘ ଭିତରେ କିଭଳି ସମନ୍ୱୟ ରହିବ ସେନେଇ ଦିନ ତମାମ୍ ହୋଇଥିବା ମାନସ ମନ୍ଥନ । ବଡ କଥା ହେଲ. ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେବାକୁ ଥିବାରୁ ଧର୍ମେନ୍ଦ୍ର ପ୍ରଧାନ ଏହି ବୈଠକରେ ସାମିଲ ହୋଇନଥିଲେ । ତେବେ ସେ, ସଂଘ ଏବଂ ରାଜ୍ୟର ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିବା କୁହାଯାଉଛି।

ପଢନ୍ତୁ; କେଉଁ ସ୍ଵପ୍ନ ଦେଖିଲେ ଅନ୍ୟ କାହା ଆଗରେ ପ୍ରକାଶ କରିବେ ନାହିଁ ଜାଣନ୍ତୁ ?  

ରାଜ୍ୟରେ ଶାସକ ବିଜେଡିର ଅପରାଗତା ଏବଂ ନିଷ୍କ୍ରିୟତା ସମ୍ବନ୍ଧରେ ବିଜେପି ବାରମ୍ବାର କହୁଥିବାବେଳେ ଏହାକୁ ଶାହା ଦୋହରାଇବେ ପାରନ୍ତି। - 8.9

89%

ବଡ କଥା ହେଲ. ରାଜ୍ୟସଭା ସଦସ୍ୟ ଭାବରେ ଶପଥ ନେବାକୁ ଥିବାରୁ ଧର୍ମେନ୍ଦ୍ର ପ୍ରଧାନ ଏହି ବୈଠକରେ ସାମିଲ ହୋଇନଥିଲେ । - 8.4

84%
8.7/10

Very Good!

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହା,ଅପରାହ୍ଣରେ ବୈଠକ!

ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି-ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା।୨୦୧୯ରେ ମିଶନ୍‌-୧୨୦କୁ ସଫଳ କରିବାକୁ ଯୁବ ବାହିନୀଙ୍କୁ ମନ୍ତ୍ର ଦେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ସେ ଭବାନୀପାଟଣାଠାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ସମାବେଶରେ ଯୋଗ ଦେଇ ଦଳୀୟ କାର୍ୟ୍ୟକର୍ତାଙ୍କୁ ଉଦବୋଧନ ଦେବେ । ଏପ୍ରିଲ ୫ ତାରିଖରେ ବଲାଙ୍ଗୀରଠାରେ ଅନୁଷ୍ଠିତ ହେବାକୁ ଥିବା ବିଶାଳ ଯୁବ ସମାବେଶରେ ଯୋଗ ଦେବେ।

No Votes Yet

You're not rated yet