Video

ଅମ୍ଳାନ ଓ ସିଦ୍ଧାନ୍ତ ପୁଣି ଥରେ ଏକାଠି – ନୂଆ ସିନେମା ବଜରଙ୍ଗୀ ଓ ସପନର ପଥେ ପଥେ ରେ ଦର୍ଶକେ ତାଙ୍କୁ ଭେଟିବେ

ଅମ୍ଳାନ ଓ ସିଦ୍ଧାନ୍ତ ପୁଣି ଥରେ ଏକାଠି - ନୂଆ ସିନେମା ବଜରଙ୍ଗୀ ଓ ସପନର ପଥେ ପଥେ ରେ ଦର୍ଶକେ ତାଙ୍କୁ ଭେଟିବେ

ସମ୍ପ୍ରତି ଦୁଇଟି ମୁକ୍ତିପ୍ରତୀକ୍ଷିତ ସିନେମାରେ ପୁଣି ଦର୍ଶକ ଭେଟିବେ ସିଦ୍ଧାନ୍ତ ଓ ଅମ୍ଳାନଙ୍କୁ। ଏଥିମଧ୍ୟରୁ ଗୋଟିଏ ହେଲା “ସପନର ପଥେ ପଥେ” ଓ ଅନ୍ୟଟି ହେଲା “ବଜରଙ୍ଗୀ” ।

ଏଥିମଧ୍ୟରୁ ସୀତାରାମ ଅଗ୍ରଓ୍ଵାଲଙ୍କ ପ୍ରଯୋଜିତ ତଥା ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ‘ସପନର ପଥେ ପଥେ’ରେ ସିଦ୍ଧାନ୍ତ ପୁଲିସ ଅଧିକାରୀ ଭୂମିକାରେ ଥିବା ବେଳେ ଅମ୍ଳାନ ଜଣେ ଲଭରବୟ ଭୂମିକାରେ ଅଛନ୍ତି। ଏଣେ ‘ବଜରଙ୍ଗୀ’ରେ ଅମ୍ଳାନ ପୁଲିସ ଅଧିକାରୀ ଚରିତ୍ର ନିଭାଉଥିବା ବେଳେ ସିଦ୍ଧାନ୍ତ ଅଛନ୍ତି ଜଣେ ଡନ୍‌ ଭୂମିକାରେ।

ଅମ୍ଳାନ ସର୍ବପ୍ରଥମେ ସିଦ୍ଧାନ୍ତଙ୍କ ସହ କାମ କରିବାର ସୁଯୋଗ ପାଇଥିଲେ ସାର୍ଥକ ମ୍ୟୁଜିକ୍‌ର ହିଟ୍‌ ସିନେମା ‘ଗୋଲାପି ଗୋଲାପି’ରେ। ସୁଶାନ୍ତ ମଣିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସିଦ୍ଧାନ୍ତ ବନିଥିଲେ ପ୍ରେମିକ ଅମ୍ଳାନଙ୍କ ଲଭଗୁରୁ ।

ଏହାପରେ ପୁଣି ଏ ଦୁହିଁଙ୍କୁ ଏକାଠି ଆଣିଥିଲେ ସେହି ସମାନ ପ୍ରଯୋଜନା ସଂସ୍ଥା ଓ ନିର୍ଦ୍ଦେଶକ ‘ପାଗଳ କରିଛୁ ତୁ’ରେ। ଏଥର କିନ୍ତୁ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ ଭାବେ ନଜର ଆସିଥିଲେ ଦୁହେଁ।

 

Related posts

Jaya Jaya Siruli Mahaveer – A New Odia Music Album HD Video

ENO Beuro

Tamaku Dekhila Pare || HD Video || Premiere Show

ENO Beuro

Tike Khara Tike Chhai Odia Movie Premiere Show HD Videos

ENO Beuro

1 comment

Leave a Comment