EnewsOdia.Com

ଗୋଲାପୀ ଦିନରେ ବିବାହ କଲେ ଓଲିଉଡ୍‌ ଷ୍ଟାର୍ ଅମ୍ଳାନ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନାୟକ ତଥା ବରିଷ୍ଠ ଅଭିନେତା ମିହିର ଦାସଙ୍କ ସୁପୁତ୍ର ଅମ୍ଳାନ  ବିବାହବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ କଟକର ସିଡିଏ ସେକ୍ଟର ୮ରେ ଥିବା ତାଙ୍କର ବାସଭବନରେ ଭୂମିକାଙ୍କ ପାଣିଗ୍ରହଣ କରିଛନ୍ତି। ଏହି ବିବାହ ଉତ୍ସବରେ ଅମ୍ଳାନଙ୍କ ପିତା ମିହିର ଦାସଙ୍କ ସମେତ କେତେକ ପ୍ରିୟ ପରିଜନ ଉପସ୍ଥିତ ଥିବା ଜଣାଯାଇଛି। ସୂଚନାଯୋଗ୍ୟ ଗତ ୨୦୧୯ ଡିସେମ୍ବର ମାସ ୮ ତାରିଖରେ ଅମ୍ଳାନଙ୍କର ନିର୍ବନ୍ଧ ହୋଇଥିଲା। ତାଙ୍କର ଜୀବନସାଥୀ ଭୂମିକା କିନ୍ତୁ  ଫିଲ୍ମଦୁନିଆ ସହ ଜଡ଼ିତ ନୁହନ୍ତି ।

୨ ମାସ ତଳେ ଅର୍ଥାତ୍ ଡିସେମ୍ବରରେ ଅମ୍ଳାନ ଓ ଭୂମିକାଙ୍କ ନିର୍ବନ୍ଧ ହୋଇଥିଲା। ପରିବାର ଏବଂ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତରେ ଦୁହିଁଙ୍କ ନିର୍ବନ୍ଧ ସରିଥିବା ବେଳେ ଏବେ ବାହାଘର ସମ୍ପନ୍ନ ହୋଇଛି। ‘ସପନର ପଥେ ପଥେ’, ‘ଗୋଲାପି ଗୋଲାପି’, ‘ବଜରଙ୍ଗି’ ଓ ‘ଟାଇଗର୍‌’ ଆଦି ଫିଲ୍ମରେ କାମ କରିଛନ୍ତି ଅମ୍ଳାନ। ୨୦୧୩ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଟାର୍ଗେଟ୍‌’ ମାଧ୍ୟମରେ ସେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ।

ସମ୍ବନ୍ଧିତ ଖବର

ଭାଲେଣ୍ଟାଇନ ଡେ’ରେ ଟାର୍ଗେଟ କରିବ କଳିଙ୍ଗ ସେନା, ସୁରକ୍ଷା ଦେବ କମିସନରେଟ ପୁଲିସ

Ratnamani Maharana

ଚାଷୀଙ୍କ ଫସଲ ଉଜାଡି ଦେଲା ବୁଲବୁଲ

Ratnamani Maharana

ଭାଇରାଲ ହେଉଛି କପିଲଙ୍କ ସହ କୁନିଝିଅର ଫଟୋ

Ratnamani Maharana

କୋଣାର୍କ ବୁଲିନପାରି ଫେରିଲେ ପର୍ଯ୍ୟଟକ

Ratnamani Maharana

ମାର୍ଚ୍ଚ ୩ରୁ +୨ ପରୀକ୍ଷା ଆରମ୍ଭ

Ratnamani Maharana

ବ୍ୟାଙ୍କ ଖରାପ ପ୍ରଦର୍ଶନ କଲେ ସିଇଓଙ୍କ ଦରମା କମିବ

Ratnamani Maharana