ବିଜିପୁର ନିର୍ବାଚନରେ ରାଜନେତା ଓ ଅଭିନେତାଙ୍କ ପ୍ରମୋସନକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କଲେ “ଅମ୍ଳାନ” ଜାଣନ୍ତୁ କଣ?

ସୋସିଆଲ୍ ସାଇଟରେ ଅମ୍ଳାନଙ୍କ ରାଗ

ଚର୍ଚ୍ଚାରେ ଆସିଲେ ଓଲିଉଡର ଅଭିନେତା ଅମ୍ଳାନ। କୌଣସି ସିନେମାକୁ ନେଇ ନୁହେଁ ସୋସିଆଲ୍ ସାଇଟର ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଓଲିଉଡର ଲଭର୍ ବୟ ଭାବେ ପରିଚିତ ଅଭିନେତା ଅମ୍ଲାନ ଦାସ । ଓଲିଉଡ଼୍ ସିନେ ଦୁନିଆର ଲୋକପ୍ରିୟ କଳାକାର ମିହିର୍ ଦାସଙ୍କ ପୁଅ ଅମ୍ଳାନ। ନିଜ ସିନେମାକୁ ନେଇ ଯେତିକି ଲୋକପ୍ରିୟ, ସେତିକି ପପୁଲାର୍ ନିଜ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ । ତେବେ ନିକଟରେ ଅଭିନେତା ଅମ୍ଳାନ ଏମିତି ଏକ ବିବାଦୀୟ ପୋଷ୍ଟ ସେୟାର୍ କରିଛନ୍ତି ନିଜ ସୋସିଆଲ୍ ମିଡିଆ ଆକାଉଁଟ୍ ଇଂଷ୍ଟାଗ୍ରାମରେ। ବିଜିପୁର ନିର୍ବାଚନରେ ରାଜନେତା ଓ ଅଭିନେତାଙ୍କ କ୍ୟାମ୍ପେନିଂର ଦୃଶ୍ୟ ସହ ଅମ୍ଳାନ ଲେଖିଛନ୍ତି ଏକ ବିବାଦୀୟ ପୋଷ୍ଟ । ନିଜ ପୋଷ୍ଟରେ ଅମ୍ଳାନ ଟାର୍ଗେଟ୍ କରିଛନ୍ତି ଏମାନଙ୍କୁ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଅମ୍ଳାନ ଲେଖିଛନ୍ତି ଯେ, ମୋଦି ସାର ଆପଣ ବିଜେପୁରରେ ବାଲିଯାତ୍ରା ଲଗାଇ ଦେଇଛନ୍ତି । ଏହାସହ ଅପଶବ୍ଦ ବ୍ୟବହାର କରି କହିଛନ୍ତି ଏତିକି ଯଦି ଓଡିଆ ଫିଲ୍ମ ପବ୍ଲିସିଟି ପାଇଁ କରନ୍ତେ । ଅମ୍ଳାନଙ୍କ ଏଭଳି ରାଗ ଦେଖିବାକୁ ମିଳିଛି ସୋସିଆଲ୍ ମିଡିଆରେ। ଅନ୍ୟପଟେ ଅମ୍ଳାନଙ୍କ ବାପା ମିହିର୍ ଦାସ୍ ଏବେ ଧରିଛନ୍ତି ପଦ୍ମ । ବାପା ବିଜେପିକୁ ପ୍ରମୋଟ୍ କରୁଥିବାବେଳେ, ପୁଅ ଅମ୍ଳାନଙ୍କ ଏହି କଟାକ୍ଷ ଦେଖିବାକୁ ମିଳିଛି ସୋସିଆଲ୍ ସାଇଟରେ।

୨୦୧୩ମସିହାରେ ଅମ୍ଳାନ ଟାର୍ଗେଟ୍ ଫିଲ୍ମ ଜରିଆରେ ଓଲିଉଡରେ ପାଦ ଦେଇଥିଲେ। ତୁ ମୋ ଦେହର ଛାଇ, ଗୋଲାପି ଗୋଲାପି, କଲେଜ୍ ଟାଇମ୍, ନୂଆ ନୂଆ ପ୍ରେମ ଭଳି ଅନେକ ସୁପରହିଟ୍ ସିନେମା ଭେଟି ଦେଇଛନ୍ତି । ତେବେ ଗତ ବର୍ଷ ଅମ୍ଳାନଙ୍କ କୌଣସି ବି ଫିଲ୍ମ ଆସିନଥିଲା ପରଦାକୁ । ଆଉ ଏବେ ବି ତାଙ୍କର ଅପକମିଂ ସିନେମାକୁ ନେଇ କୌଣସି ସୂଚନା ନାହିଁ । ଏଭଳି ସମୟରେ ନିଜ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅମ୍ଳାନ।

ପଢନ୍ତୁ;

କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିିତିରେ ବିଧିବଦ୍ଧ ଭାବେ ବିଜେପି ଦଳରେ ସାମିଲ ହେଲେ ଅପରାଜିତା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଅମ୍ଳାନ ଲେଖିଛନ୍ତି ଯେ, ମୋଦି ସାର ଆପଣ ବିଜେପୁରରେ ବାଲିଯାତ୍ରା ଲଗାଇ ଦେଇଛନ୍ତି । - 4.2

83%

୨୦୧୩ମସିହାରେ ଅମ୍ଳାନ ଟାର୍ଗେଟ୍ ଫିଲ୍ମ ଜରିଆରେ ଓଲିଉଡରେ ପାଦ ଦେଇଥିଲେ। - 3.7

74%
3.9/5

Very Good!

ବିଜିପୁର ନିର୍ବାଚନରେ ରାଜନେତା ଓ ଅଭିନେତାଙ୍କ ପ୍ରମୋସନକୁ ନେଇ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କଲେ "ଅମ୍ଳାନ" ଜାଣନ୍ତୁ କଣ?

ଚର୍ଚ୍ଚାରେ ଆସିଲେ ଓଲିଉଡର ଅଭିନେତା ଅମ୍ଳାନ। କୌଣସି ସିନେମାକୁ ନେଇ ନୁହେଁ ସୋସିଆଲ୍ ସାଇଟର ପୋଷ୍ଟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଓଲିଉଡର ଲଭର୍ ବୟ ଭାବେ ପରିଚିତ ଅଭିନେତା ଅମ୍ଲାନ ଦାସ । ଓଲିଉଡ଼୍ ସିନେ ଦୁନିଆର ଲୋକପ୍ରିୟ କଳାକାର ମିହିର୍ ଦାସଙ୍କ ପୁଅ ଅମ୍ଳାନ। ନିଜ ସିନେମାକୁ ନେଇ ଯେତିକି ଲୋକପ୍ରିୟ, ସେତିକି ପପୁଲାର୍ ନିଜ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ।

No Votes Yet

You're not rated yet