ଉତ୍ତରାଖଣ୍ଡ: ୨୫୦ ମିଟର ଗଭୀର ଘାଟି ତଳକୁ ଖସିଲା ବସ୍,୧୦ ମୃତ

ଉତ୍ତରାଖଣ୍ଡ ପରିବହନ ନିଗମ୍‌ର ଏକ ବସ୍‌ ଆଜି ଋଷିକେଶ-ଗଙ୍ଗୋତ୍ରୀ ରାଜପଥର ସୂର୍ଯ୍ୟଧର ନିକଟରେ ଘାଟି ତଳକୁ ଖସି ପଡ଼ିଛି। ବସ୍‌ଟି ପ୍ରାୟ ୨୫୦ ମିଟର ତଳେ ପଡ଼ିଛି। ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ବସ୍‌ରେ ମୋଟ୍‌୨୫ ଜଣ ଯାତ୍ରୀ ଥିଲେ। ଋଷିକେଶ ଓ ଗଙ୍ଗୋତ୍ରି ରାଜପଥରୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନ ଓ ପୁଲିସ ପହଞ୍ଚିଛନ୍ତି। ଏନ୍‌ଡିଆର୍‌ଏଫ୍‌ ଓ ପୋଲିସ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ହେଲିକପ୍ଟରକୁ ମଧ୍ୟରେ ଏଥିରେ ନିୟୋଜିତ କରାଯାଇଛି।

ସୂଚନା ଯୋଗ୍ୟ, ଉତ୍ତରାଖଣ୍ଡ ପରିବହନ କର୍ପୋରେସନର ଏକ ବସ୍ ଗଙ୍ଗୋତ୍ରୀ ଯାଉଥିବା ସମୟରେ ସୂର୍ୟ୍ୟଧର ନିକଟରେ ଖାଇକୁ ଖସିପଡିଥିଲା । ପ୍ରାୟ ୨୫୦ ମିଟର ତଳକୁ ବସଟି ଖସିବା ଯୋଗୁ ଘଟଣାସ୍ଥଳରେ ୧୦ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛନ୍ତି । ବସରେ ମୋଟ ୨୫ଜଣ ଯାତ୍ରୀ ଥିଲେ।

ପଢନ୍ତୁ;୧୫୦ତମ ଗାନ୍ଧୀ ଜୟନ୍ତୀରେ କାଏଦିଙ୍କୁ ସ୍ଵତନ୍ତ୍ର କ୍ଷମା ପ୍ରଦାନ ଉପରେ କ୍ୟାବିନେଟ ମୋହର

Related posts

ତାମିଲନାଡ଼ୁରେ ସାମୁଦ୍ରିକ ଘୂର୍ଣ୍ଣିଝଡ଼ ‘ଗାଜା’ ର ତାଣ୍ଡବ, ୨୦ ମୃତ

ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ହେବେ ଦ.ଆଫ୍ରିକା ରାଷ୍ଟ୍ରପତି

ବିଳମ୍ବରେ ଦୀପାବଳି ପାଳିଲେ ଟ୍ରମ୍ଫ