ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍ ପ୍ରୋଜେକ୍ଟର ଉଦଘାଟନ, ୨୦୨୩ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ

ଦେଶର ପ୍ରଥମ ବୁଲେଟ୍ ଟ୍ରେନ୍ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କର ଜାପାନୀ ସମକକ୍ଷ ସିଞ୍ଜୋ ଆବେ ଅହମଦାବାରେ ଶିଳାନ୍ୟାସ କରିବେ । ଏଥିପାଇଁ ଦୁଇଦିନିଆ ଗସ୍ତରେ ଭାରତ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ । ୨୦୨୩ ସୁଦ୍ଧା ଏହି କାର୍ଯ୍ୟ ଶେଷ ହେବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେଙ୍କୁ ସ୍ୱାଗତ କରିବା ପାଇଁ ଗାନ୍ଧିନଗରରେ ସଜେଇ ହୋଇଛି ସାବରମତି ମଠ । ରଙ୍ଗବେରଙ୍ଗ ଆଲୋକମାଳା ମଠକୁ ସଜାଇବା ସହ ଗାନ୍ଧିନଗରରେ ରାସ୍ତାଘାଟ ସବୁ ରଙ୍ଗୀନ୍ ଲାଇଟରେ ସଜେଇ ହୋଇଛି ।

ଗୁଜୁରାଟର ଅହମଦାବାଦ ଠାରୁ ମୁମ୍ବାଇକୁ ଯୋଡିବାକୁ ଥିବା ବୁଲେଟ ଟ୍ରେନ ପ୍ରକଳ୍ପ ୫୦୮ କିଲୋମିଟର ହେବ । ଏଥି ପାଇଁ ୧,୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ବୁଲେଟ ଟ୍ରେନ ଲାଇନର କିଛି ଅଂଶ ସମୁଦ୍ର ଭିତର ଦେଇ ଗତି କରିବ । ଅହମଦାବାଦ-ମୁମ୍ବାଇ ମଧ୍ୟରେ ୧୨ଟି ଷ୍ଟେସନକୁ ପ୍ରସ୍ତାବ ରଖାଯାଇଛି । ଥାଣେ, ୱିରାର, ବୋଇସର, ବାପି, ବିଲିମୋରା, ସୁରତ, ଭରରକ୍ଟ୍ର, ବରୋଦା, ଆନନ୍ଦ ଓ ସାବରମତି ସାମିଲ ରହିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସେପ୍ଟେମ୍ବର ୧୪ (ଗୁରୁବାର) ବୁଲେଟ ଟ୍ରେନର ଶିଳାନ୍ୟାସ କରିବେ । ଦେଶ ପାଇଁ ଏହା ଐତିହାସିକ ମୁହୂର୍ତ୍ତ ହେବ । ଖର୍ଚ୍ଚ ହେବାକୁ ଥବା ୧,୧୦,୦୦୦ କୋଟି ଟଙ୍କାରୁ ଜାପାନ ୮୮,୦୦୦ କୋଟି ଟଙ୍କା ଋଣ ଦେବ । ଏହାର ସୁଦ୍ଧ ଦର ୦.୧ ପ୍ରତିଶତ ରହିବ । ଏହି ଟଙ୍କା ଜାପାନକୁ ୫୦ ବର୍ଷ ଭିତରେ ଫେରାଇବାକୁ ହେବ । ଏଥିରେ ୧୫ ବର୍ଷର ଗ୍ରେସ ସମୟ ମିଳିବ ।

ରେଳ ମନ୍ତ୍ରୀ ପିୟୁଶ ଗୋଏଲ କହିଛନ୍ତି ଯେ, ଭାରତ ୫୦ ବର୍ଷ ମଧ୍ୟରେ ଏହି ଋଣ ପରିଶୋଧ କରିଦେବ । ଦୁଇ ମୁଖ୍ୟ ମଧ୍ୟ ଗୁରୁବାର ଦିନ ପ୍ରତିରକ୍ଷା ଏବଂ ଶକ୍ତି କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତି ଏବଂ ସହଯୋଗ ନେଇ ଆଲୋଚନା କରିବେ ।

Related posts

କରଜ ସୁଝିବା ପାଇଁ ବିଭିନ୍ନ କମ୍ପାନୀର ନିଜ ଅଂଶ ବିକ୍ରି କରିବେ ମୁକେଶ ଅମ୍ବାନୀ

ଆଜି ତାଳଚେରର ପ୍ରସିଦ୍ଧ ହେଙ୍ଗୁଳା ଯାତରେ ଶୁଣିବା ହୃଦୟସ୍ପର୍ଶୀ ଭଜନ “ଆସୁଛି ହେଙ୍ଗୁଳା ଯାତ”

୮୦.୫ କୋଟି ବ୍ୟୟରେ ନିର୍ମାଣ ହୋଇଛି ନୂଆ ସାଂସଦଙ୍କ ରହଣି ପାଇଁ ଅସ୍ଥାୟୀ ଗେଷ୍ଟହାଉସ୍