କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାତୀୟ ପୋଲିସ ପଦକ ଘୋଷଣା ହୋଇଛି। ଏଥର ବିଭିନ୍ନ ବର୍ଗରେ ରାଜ୍ୟର ୨୯ ଜଣଙ୍କୁ ପୋଲିସ ପଦକ ମିଳିବ। ୧୧ ଜଣଙ୍କୁ ପୁଲିସ୍ ସାହସିକତା ପଦକ ମିଳିବାକୁ ଥିବା ବେଳେ ୪ ଜଣ ପୁଲିସ୍ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ।
ଓଡ଼ିଶାର ୪ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ
ଉଲ୍ଲେଖନୀୟ ସେବା ପାଇଁ ୪ଜଣ ରାଷ୍ଟ୍ରପତି ପୋଲିସ ପଦକ ପାଇବେ । ଏମାନେ ହେଲେ ଇଓଡବ୍ଲୁ ଆଡିସନାଲ ଏସ୍ପି ସରୋଜ କୁମାର ରଥ, ଇଓଡବ୍ଲୁ ଆଡିସନାଲ ଏସ୍ପି ଜ୍ଞାନରଞ୍ଜନ ମହାନ୍ତି । ଭିଜିଲାନ୍ସ ଆଡିସନାଲ ଏସ୍ପି ଏମ୍. ରାଧାକ୍ରିଷ୍ଣା ଓ ଭିଜିଲାନ୍ସ ସବ୍ଇନ୍ସପେକ୍ଟର ରମେଶ ଚନ୍ଦ୍ର ନାୟକ । ସାହସିକତା ପାଇଁ ୧୧ ଜଣଙ୍କୁ ପଦକ ପ୍ରଦାନ କରାଯିବ । ସେହିପରି ଉତ୍ତମ ସେବା ପାଇଁ ୧୪ ଜଣ ପୋଲିସ ପଦକ ପାଇବେ । ସ୍ୱାଧୀନତା ଦିବସ ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ପୋଲିସ ପଦକ ଘୋଷଣା କରାଯାଇଛି।