ଦ୍ୱିତୀୟ ଟେଷ୍ଟ: ଭାରତ ୧୦୭ରନରେ ଅଲଆଊଟ,ଆଣ୍ଡରସନ୍‌ଙ୍କୁ ୫ ୱିକେଟ

ଭାରତ ୩୫ ଓଭରରେ ବରବାଦ

ଭାରତ ଓ ଇଂଲଣ୍ଡ ମଧ୍ୟରେ ସ୍ଥାନୀୟ ଲର୍ଡସ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିନରେ ମଧ୍ୟ ବର୍ଷା ବାଧକ ସାଜିଛି। ଟସ୍‍ରେ ହାରି ପ୍ରଥମେ ବ୍ୟାଟିଂ ନିର୍ଦେଶ ପାଇଥିବା ଭାରତ ଶୁକ୍ରବାର ନୈରାଶ୍ୟଜନକ ପ୍ରଦର୍ଶନ କରି ପ୍ରଥମ ଇନିଂସରେ ମାତ୍ର ୧୦୭ ରନ୍‍ କରି ଅଲଆଉଟ୍‍ ହୋଇଯାଇଛି। ଭାରତ ପକ୍ଷରୁ ଅଶ୍ୱିନ୍‍ ସର୍ବାଧିକ ୨୯ ରନ୍‍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୨୩ ରନ୍‍ କରିଥିଲେ। ଇଂଲଣ୍ଡ ତରଫରୁ ଆଣ୍ଡରସନ ୫ଟି ୱିକେଟ୍‍ ହାସଲ କରିଥିଲେ।

ଭାରତ ଏହି ଟେଷ୍ଟ୍‍ ପାଇଁ ଶିଖର ଧାଓ୍ଵନ ଏବଂ ଉମେଶ ଯାଦବଙ୍କ ବଦଳରେ ଚେତେଶ୍ୱର ପୂଜାରା ଓ କୁଲ୍‌ଦୀପ ଯାଦବଙ୍କୁ ଖେଳାଇଛି। ଇଂଲଣ୍ଡ ଦଳରେ ଡେଭିଡ୍‌ ମଲାନ୍‌ ଏବଂ ବେନ୍‌ ଷ୍ଟୋକ୍‌ସଙ୍କ ବଦଳରେ ଓଲି ପୋପ୍‌ ଓ କ୍ରିସ୍‌ ଓ୍ଵକ୍‌ସ ଖେଳିଛନ୍ତି। ଏଥି ସହିତ ୨୦ ବର୍ଷୀୟ ବ୍ୟାଟସମ୍ୟାନ୍‌ ପୋପ୍‌ଙ୍କ ଟେଷ୍ଟ୍‍ ପଦାର୍ପଣ ହୋଇଛି।

 

ପଢନ୍ତୁ;ଭାରତ ଓ କୋରିଆ ମଧ୍ୟରେ ବ୍ୟବସାୟ ଉପାୟ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

Related posts

ବାରବାଟୀ ଆସିପାରନ୍ତି ବାହୁବଳୀ ପ୍ରଭାସ

ମହିଳା ଟି-୨୦ ବିଶ୍ଵକପ୍ : ସେମିରେ ଭାରତ

ହକି ବିଶ୍ୱକପ୍‌: ୨୮ରେ କଟକରେ ରେହମାନ୍, ଟ୍ଵିଟ କରି ଖୁସି ଜାହିର କଲେ