ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ପାଇବାକୁ ନେଇ ରାଜଧାନୀରେ ଇଏଟୋ ସମ୍ମିଳନୀ

ଅନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶା ସ୍ୱତନ୍ତ୍ର ସ୍ଥାନ ପାଇବାକୁ ନେଇ ରାଜଧାନୀରେ ଇଣ୍ଡିଆନ ଆସୋସିଏସନ୍‌ ଅଫ୍‌ ଟୁର୍‌ ଅପରେଟର୍ସ (ଇଏଟୋ) ସମ୍ମିଳନୀ  । ଐତିହ୍ୟ ପର୍ଯ୍ୟଟନ ସାଙ୍ଗକୁ ବେଳାଭୂମି, ପରିବେଶ ପର୍ଯ୍ୟଟନସ୍ଥଳୀ, ଆଦିବାସୀ ପର୍ଯ୍ୟଟନସ୍ଥଳୀ ଓ ନୂଆ ବୌଦ୍ଧ ପର୍ଯ୍ୟଟନସ୍ଥଳୀରେ ବି ଏହାର ଅଂଶ ବିଶେଷ ହେବ ।  ଏକ ବିରାଟ ସମୟ ୯ ବର୍ଷ ର ବ୍ୟବଧାନ ପରେ ଓଡ଼ିଶାରେ ଏହି ସମ୍ମିଳନୀ ର ଆୟୋଜନ ହଉଛି ।

ଏହି ସମ୍ମିଳନୀରେ ୧ହଜାର ଟୁର୍‌ ଅପରେଟର୍ସ, ଟ୍ରାଭେଲ୍‌ ଲେଖକ, ହୋଟେଲ ଶିଳ୍ପ ସହ ଜଡ଼ିତ ବ୍ୟବସାୟୀ, ଟୁରିଷ୍ଟ୍‍ ଗାଇଡ୍‌, ପର୍ଯ୍ୟଟକ ଅଂଶଗ୍ରହଣ କରିବେ । ଭୁବନେଶ୍ଵରର ଏକ ଘରୋଇ ହୋଟେଲରେ ଆୟୋଜିତ ହେବାକୁ ଯାଉଥିବା ୩୩ତମ ଇଏଟୋ ସମ୍ମିଳନୀର ଥିମ୍‌ ରହିଛି ‘ଭାରତ ପର୍ଯ୍ୟଟନ: ନୂଆ ଢଙ୍ଗରେ ଉପସ୍ଥାପନ କରିବାର ସମୟ’।

ଯେଉଁଠି ଏହି ସମ୍ମିଳନୀ ହେଇଛି ସେଠାର ପରଜ୍ଯତକଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ପର୍ଯ୍ୟଟନ ସ୍ଥଳୀର ମଧ୍ୟ ଉରନ୍ନତି ହେଇଛି । ତେଣୁ ଇଏଟୋର ଏହି ପ୍ରୟାଶ ନିଶ୍ଚୟ ଓଡିଶା ପାଇଁ କାର୍ଯ୍ୟ କରିବ ।

ଦେଶର ୬୦ ପ୍ରତିଶତ ପର୍ଯ୍ୟଟକ ବୁଲାବୁଲି କରିବା ପାଇଁ ଟୁର୍‌ ଅପରେଟରଙ୍କ ସହଯୋଗ ନିଅନ୍ତି । ତେଣୁ ରାଜ୍ୟର ପର୍ଯ୍ୟଟନକୁ ସୁଦୃଢ଼ କରିବାରେ ଏହା ବେଶ୍‌ ସହାୟକ ହେବ ବୋଲି କହିଛନ୍ତି ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ମୋନା ଶର୍ମା । ସଂପ୍ରତି ରାଜ୍ୟକୁ ପର୍ଯ୍ୟଟକ ଆଗମନ ହାର ୯ ପ୍ରତିଶତ ବୃଦ୍ଧି ପାଇଛି । ଯାହା କି ବିଶ୍ୱର ପର୍ଯ୍ୟଟନ ଆଗମନ ହାର ୪ ପ୍ରତିଶତଠାରୁ ଅଧିକ । ତେଣୁ ଏହି ଇଏଟୋ ସମ୍ମିଳନୀ ଓଡ଼ିଶା ପାଇଁ ଆହୁରି ସୁଯୋଗ ଆଣିବ ବୋଲି ପର୍ଯ୍ୟଟନ ନିର୍ଦେଶକ ନିତିନ ଭାନୁଦାସ ଜଓ୍ଵାଲେ କହିଛନ୍ତି । ଏଥର ୫୦ ପ୍ରତିଶତ ଆଲୋଚନା ଉପସ୍ଥିତ ଅଂଶଗ୍ରହଶକାରୀଙ୍କ ସହ କରାଯାଇ ଏହାକୁ ଗୁରୁତ୍ୱ ଦିଆଯିବ।

ପଢନ୍ତୁ ଆନ୍ତର୍ଜାତିକ ଚିତ୍ରକଳା ପ୍ରଦର୍ଶନ ବିଷୟରେ ।

Related posts

ଭୁବନେଶ୍ବରରେ ପାର୍କିଂ ନାଁରେ ଗ୍ରାହକଙ୍କୁ ଲୁଟୁଛନ୍ତି ସପିଂ ମଲ୍ ମାଲିକ

ଦୁନିଆର ଶ୍ରେଷ୍ଠ ପ୍ରଶଂସିତ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି

ଦକ୍ଷିଣ ଉପକୂଳ ଓଡ଼ିଶାରେ ଘୂର୍ଣ୍ଣିବଳୟ ପ୍ରଭାବରେ ୪ରୁ ୫ ଦିନ ଲଗାଣ ବର୍ଷା