ସୁପ୍ରମିକୋର୍ଟରେ ଶପଥ ନେଲେ ୩ ନୂଆ ବିଚାରପତି

ଜଷ୍ଟିସ୍‍ ଇନ୍ଦିରା ବାନାର୍ଜୀ, ଜଷ୍ଟିସ୍‍ ବିନୀତ ଶରଣ ଏବଂ ଜଷ୍ଟିସ୍‍ କେ. ଏମ୍‍. ଯୋଶେଫ୍‍ ମଙ୍ଗଳବାର ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥପାଠ କରିଛନ୍ତି। କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତିରେ ଦର୍ଶାଯାଇଥିବା ବରିଷ୍ଠତା କ୍ରମରେ ମାଡ୍ରାସ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ବାନାର୍ଜୀ ପ୍ରଥମେ ପଦ ଓ ଗୋନୀୟତାର ଶପଥ ପାଠ କରିଥିଲେ। ତାଙ୍କ ପରେପରେ ଓଡ଼ିଶା ଏବଂ ଉତ୍ତରାଖଣ୍ଡ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଯଥାକ୍ରମେ ସରଣ ଓ ଯୋଶେଫ୍‍ ଶପଥ ଗ୍ରହଣ କରିଥିଲେ।

ଏହି ତିନି ବିଚାରପତିଙ୍କୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଶପଥ ପାଠ କରାଇଛନ୍ତି। ଏବେ ସୁପ୍ରିମକୋର୍ଟରେ ଜଜ୍ ସଂଖ୍ୟା ୨୫ରେ ପହଞ୍ଚିଛି ।୨୦୧୬ ଫେବ୍ରୁଆରୀ ୨୬ରୁ ଜଷ୍ଟିସ ବିନୀତ ଶରଣ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ । ୨୦୦୨ରେ ସେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଭାବରେ କାର୍ୟ୍ୟ କରିଥିଲେ । ସେଠାରେ ୧୦ ବର୍ଷ ରହିବା ପରେ ୨୦୧୫ ଫେବ୍ରୁଆରୀ ମାସରେ କର୍ଣ୍ଣାଟକ ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା ।

ପଢନ୍ତୁ;ଆସନ୍ତାକାଲି ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ:ହରିପ୍ରସାଦ ବନାମ ହରିବଂଶ

Related posts

୨୦୧୯ ଲୋକସଭା ନିର୍ବାଚନ ଲଢିବେ ନାହିଁ ସୁଷମା ସ୍ୱରାଜ

ଜାମୁକାଶ୍ମୀର:ଏନ୍‌କାଉଣ୍ଟରରେ ୪ ଅାତଙ୍କବାଦୀ ନିହତ

ବିୟର ଫ୍ୟାକ୍ଟ୍ରି ବାତିଲ କଲେ ମୁଖ୍ୟମନ୍ତ୍ରୀ