ଭାରତୀୟ ସେନାରେ ନିଯୁକ୍ତି ପରୀକ୍ଷା ଦେଉଥିଲେ ୭ ନକଲି ପରୀକ୍ଷାର୍ଥୀ

Duplicate Examiners Thumbnail 2 750x430

ଜଗତସିଂହପୁର ଜିଲ୍ଲାର ପାରାଦୀପଠାରେ ଭାରତୀୟ ସେନାରେ ବିଭିନ୍ନ ପଦପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା ଚାଲିଥିବାବେଳେ ୭ଜଣ ନକଲି ପରୀକ୍ଷାର୍ଥୀ ଧରାପଡ଼ିଛନ୍ତି । ସେହି ନକଲି ପରୀକ୍ଷାର୍ଥୀମାନଙ୍କୁ ପାରାଦୀପ ଥାନାରେ ଅଟକ ରଖାଯାଇଥିବାର ସୂଚନା ମିଳିଛି ।ଗତକାଲିଠାରୁ ଆଗାମୀ ୨୪ ତାରିଖ ଯାଏଁ ପାରାଦୀପ ଗୋପବନ୍ଧୁ ଷ୍ଟାଡିଅମ୍‌ରେ ଆର୍ମି ପାଇଁ ପରୀକ୍ଷା ଅନୁଷ୍ଠିତ ହେଉଛି । ଏହି ପରୀକ୍ଷା ସମୟରେ ୭ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ଠାବ କରାଯାଇଛି ।

ସେମାନଙ୍କ ନାମ ହେଲା ଆଗମନ ସିଂହ,ସୁଗ୍ରୀମ କୁମାର, ଅଖିଳେଶ କୁମାର ତିୱାରୀ, ରାହୁଲ କୁମାର ଯାଦବ, ଶିବଶଙ୍କର ଯାଦବ,ଗୁଡୁ ସିଂହ ଏବଂ ଆଜାଦ କୁମାର ତିୱାରୀ। ଏମାନେ ସମସ୍ତେ ଉତ୍ତର ପ୍ରଦେଶର ବିଭିନ୍ନ ଜିଲ୍ଲାର ଅଧିବାସୀ।ସେମାନଙ୍କ ଘର ଉତ୍ତର ପ୍ରଦେଶ ଏବଂ ବିହାରରେ ହୋଇଥିବା ବେଳେ ସେମାନେ ନୟାଗଡ଼ର ବାସିନ୍ଦା ବୋଲି ପରିଚୟ ଦେଇଛନ୍ତି । ଏହି ନକଲି ପରୀକ୍ଷାର୍ଥୀମାନେ ନୟାଗଡ଼ର ଆଧାର କାର୍ଡ, ଭୋଟର ପରିଚୟ ପତ୍ର ଆଦି ଦେଖାଇଥିଲେ। ଏମାନଙ୍କୁ ଥାନାରେ ଅଟକ ରଖି ଅଧିକ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି ।

ପଢନ୍ତୁ: ୭ମ ରାଜ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଆଦିତ୍ୟ ପ୍ରସାଦ ପାଢୀ

Related posts

ହୁ ହୁ ହୋଇ ବଢୁଛି ପିଆଜ ଦର

ବିକ୍ରମ ଲ୍ୟାଣ୍ଡର ପାଇଁ ସୋଲେ’ ଫିଲ୍ମ ଷ୍ଟାଇଲରେ ଯମୁନା ପୋଲଖୁଣ୍ଟ ଶୀର୍ଷରେ ଚଢିଲେ ଯୁବକ

ଜନ୍ମଦିନରେ ମୋଦିଙ୍କୁ ଏହି ଉପହାର ଦେଲେ ବଲିଉଡ୍‌ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ

1 Comment

କାଶ୍ମୀର ପ୍ରସଙ୍ଗରେ ପୁଣି ମୁଣ୍ଡ ପୂରାଇଲେ ଟ୍ରମ୍ପ, ମଧ୍ୟସ୍ଥତା ପାଇଁ ପ୍ରସ୍ତାବ ଦେଲେ August 21, 2019 - 11:04 am

[…] ଭାରତୀୟ ସେନାରେ ନିଯୁକ୍ତି ପରୀକ୍ଷା ଦେଉଥି… […]

Add Comment