ଦୀର୍ଘ ଆଠ ବର୍ଷ ପରେ ଏକାଠି ନଜର ଆସିବେ ଏହି ଯୋଡି

“ରାବଣ” ଫିଲ୍ମରେ ଶେଷ ଥର ପାଇଁ ନଜର ଆସିଥିଲେ ଏହି ଯୋଡି

ଦୀର୍ଘ ଆଠ ବର୍ଷ ପରେ ବଡ ପରଦାରେ ଦେଖିବାକୁ ପାଇବେ ଅଭିଶେକ ଓ ଐଶଙ୍କୁ । ଏବେ ଏହି ଦୁହେଁ ଏକାଠି ସିନେମା କରିବାକୁ ସୁଯୋଗ ପାଇଛନ୍ତି। ଏକ ପୋଲିସ ଅଫିସର ଆଧାରିତ ସିନେମାରେ ଏକାଠି ନଜର ଆସିବାକୁ ଯାଉଛନ୍ତି।

ଚଳଚ୍ଚିିତ୍ରର ନିର୍ଦ୍ଦେଶକ ଶୈଳେଶ ଆର ସିଂହଙ୍କ ଏହି ସିନେମା ଉତ୍ତରପ୍ରଦେଶ ସ୍ଥିତ ଏକ ପୋଲିସ ଅଫିସର ଯୋଡିଙ୍କ ଉପରେ ଆଧାରିତ । ଐଶ ତାଙ୍କ ସ୍କ୍ରିପ୍ଟରେ କିଛିଟା ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶକଙ୍କ ସହ କଥାବାର୍ତ୍ତା କରିଛନ୍ତି।

‘ଢ଼ାଇ ଅକ୍ଷର ପ୍ରେମ କି ‘ରେ ପ୍ରଥମ ଥର ପାଇଁ ଏକାଠି କାମ କରିଥିବା ଏହି ଯୋଡି ‘ଧୁମ-୨’ର ସୁଟିଙ୍ଗ ସମୟରେ ଦୁହେଁ ପ୍ରେମରେ ପଡିଯାଇଥିଲେ ଓ ୨୦ ଏପ୍ରିଲ ୨୦୦୭ରେ ହିନ୍ଦୁ ରୀତି ନୀତିରେ ବିବାହ କରିଥିଲେ । ଆଠଟି ଫିଲ୍ମରେ କମାଲ କରିସାରିଥିବା ଏହି ଯୋଡି ଅଗାମୀ ଫିଲ୍ମ ପାଇଁ ବେଶ ଉତ୍ସାହିତ ଅଛନ୍ତି । ଶୈଳେଶ ଆର ସିଂହ ଫିଳ୍ମ ବିଷୟରେ ବିଶେଷ କିଛି ସୂଚନା ଦେଇ ନାହାଁନ୍ତି।

“କୁଛ ନା କହୋ, ଗୁରୁ, ବଂଟି ଔର ବବଲୀ, ଉମରାଓ ଜାନ, ଧୁମ-୨, ଢ଼ାଇ ଅକ୍ଷର ପ୍ରେମ କି, ସରକାର ରାଜ, ରାବଣ ”ରେ ସେମାନେ ଏକାଠି ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । ଏହି ଯୋଡି “ରାବଣ” ଫିଲ୍ମରେ ଶେଷ ଥର ପାଇଁ ନଜର ଆସିଥିଲେ।

ପଢନ୍ତୁ;ଆଣ୍ଠୁଗଣ୍ଠି ଜନିତ ସମସ୍ୟା ଅଛି କି ? ତେବେ ଲେମ୍ବୁ ଚୋପାରୁ ତିଆରି ଖାସ୍ ତେଲ ବ୍ୟବହାର କରନ୍ତୁ

Related posts

ରାକ୍ଷୀଙ୍କୁ କାନ୍ଧରେ ଉଠାଇ ତଳେ କଚାଡିଲେ ରେସଲର ରୋବେଲ୍,ଜାଣନ୍ତୁ ତାପରେ କଣ ହେଲା?

ଶିଶୁ କଣ୍ଠଶିଳ୍ପୀଙ୍କ କଣ୍ଠରୁ ଶୁଣନ୍ତୁ ଏକ ହୃଦୟସ୍ପର୍ଶୀ ସାଇଭଜନ !

ସୋସିଆଲ ମିଡିଆରେ ଭାଇରାଲ ହେଲା ସାହିଦ କପୁରଙ୍କ ପୁଅ ଜୈନର ପ୍ରଥମ ଫଟୋ