କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଜଗନ୍ନାଥ ମନ୍ଦିର ସମ୍ପର୍କରେ ରହିଛି କିଛି ରହସ୍ୟମୟ ତଥ୍ୟ ! ଜାଣନ୍ତୁ

ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଜଗନ୍ନାଥ ମନ୍ଦିରର ସବିଶେଷ ସ୍ଥାନ ରହିଅଛି। ବଡମନ୍ଦିର ସମ୍ପର୍କରେ କିଛି ରହସ୍ୟମୟ ତଥ୍ୟ ପୁରାଣରେ ବର୍ଣ୍ଣନା କରାଯାଇଛି।ଏହି ମନ୍ଦିର ବିଶ୍ୱର ଏକ ପୁରାତନ ମନ୍ଦିର ଅଟେ। ବୈଜ୍ଞାନିକମାନେ ମଧ୍ୟ ଶ୍ରୀମନ୍ଦିରର ରହସ୍ୟ ଜାଣିପାରୁନାହାନ୍ତି। ଶ୍ରୀମନ୍ଦିରର ଶୋଭା ନୀଳଚକ୍ର ବୃଦ୍ଧି କରୁଛି ଓ ପତିତପାବନ ବାନା ଫର ଫର ହୋଇ ଉଡି ଅଗଣିତ ଭକ୍ତ, ପାପୀ ତପୀଙ୍କୁ ନିଜ ପାଖକୁ ଟାଣି ଆଣୁଛି।

ଆସନ୍ତୁ ଜାଣିବା ଶ୍ରୀମନ୍ଦିର ସମ୍ପର୍କରେ କିଛି ରହସ୍ୟମୟ କଥା-

  • ଶ୍ରୀମନ୍ଦିର ରୋଷଶାଳାରେ ଗୋଟିଏ ଚୁଲିରେ ତା ଉପରେ ତା ଉପରେ ୭ଟି କୁଡୁଆ ରଖାଯାଇ ରୋଷେଇ କରାଯାଏ । ଆଶ୍ଚର୍ଯ୍ୟର କଥା ସବୁଠୁ ଉପରେ ଥିବା କୁଡୁଆରେ ପ୍ରଥମେ ଖାଇବା ପ୍ରସ୍ତୁତ ହୋଇଥାଏ।
  • ଶ୍ରୀମନ୍ଦିର ପାଖରେ ସମୁଦ୍ର ଥାଇ ବି ସିଂହଦ୍ୱାର ଭିତରେ ପ୍ରବେଶ କଲା ପରେ ସମୁଦ୍ର ଲହଡିର ଶବ୍ଦ ଶୁଣାଯାଏ ନାହିଁ ।
  • ଶ୍ରୀମନ୍ଦିରର ପତିତପାବନ ବାନା ସର୍ବଦା ପବନର ବିପରୀତ ଦିଗରେ ଉଡିଥାଏ ।
  • ଶ୍ରୀମନ୍ଦିର ଉପରେ ଥିବା ନୀଳଚକ୍ରକୁ ପୁରୀର ଯେକୌଣସି ସ୍ଥାନରୁ ଦେଖିଲେ ମଧ୍ୟ ତାହା ନିଜ ଆଡକୁ ମୁହିଁ କରି ଥିବାର ଦେଖାଯାଏ ।
  • କୁହାଯାଏ କି ମନ୍ଦିରର ଛାଇ କୌଣସି ସ୍ଥାନରେ ପଡି ନଥାଏ।
  • ଏପ୍ରଯନ୍ତ  ଶ୍ରୀମନ୍ଦିରର ଦଧୀନଉତି ଉପରେ ପକ୍ଷୀ ଉଡ଼ୁଥିବାର କେହି ଦେଖିନାହାନ୍ତି ।

ପଢନ୍ତୁ ;

ଶ୍ରୀଜଗନ୍ନାଥ ଶବ୍ଦର ପ୍ରତ୍ୟେକ ଅକ୍ଷରରେ ରହିଛି ସ୍ୱତନ୍ତ୍ର ମାହାତ୍ମ୍ୟ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ଆଜି ପ୍ରଥମାଷ୍ଟମୀ, ଜ୍ୟେଷ୍ଠ ସନ୍ତାନମାନେ ନୂଆ ବସ୍ତ୍ର ପିନ୍ଧି ହେଉଛନ୍ତି ପଢୁଆଁ

ପଇସା ଦେଇ ଜଗାକୁ ଦେଖିବେ,ଅନ୍‌ଲାଇନରେ ବିକ୍ରି ହେବ ଦର୍ଶନ ଟିକେଟ

ଆଜି ମହାପ୍ରଭୁଙ୍କ ପଇତାଲାଗି, ୪ଘଣ୍ଟା ଦର୍ଶନ ବନ୍ଦ