ବାସ୍ତୁଶାସ୍ତ୍ର ଅନୁସାରେ ଘରେ କେଉଁ ରଙ୍ଗର ପରଦା ଲଗାଇଲେ କ’ଣ ହୁଏ ଜାଣନ୍ତୁ

ଘରର ସୌନ୍ଦର୍ଯ୍ୟ ପାଇଁ ଆମେ ଘରେ ବିଭିନ୍ନ ରଙ୍ଗର ପରଦା ବ୍ୟବହାର କରିଥାଉ । ନିଜ ଘର ରଙ୍ଗ ସହିତ ଆମେ ପରଦା ରଙ୍ଗ ମ୍ୟାଚ କରି କିଣି ଥାଉ । ସମୟ ବ୍ୟବଧାନରେ ଏହି ପରଦା ଡିଜାଇନକୁ ଘରେ ବଦଳାଇ ଥାଉ । କିନ୍ତୁ ବେଳେ ବେଳେ ବାସ୍ତୁଶାସ୍ତ୍ର ଅନୁସାରେ ଏହା ଠିକ ହୋଇ ନ ଥାଏ । ଜାଣନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିଗରେ କେଉଁ ରଙ୍ଗର ପରଦା ଲଗେଇବା ଉଚିତ ।

କେଉଁ ଦିଗରେ କେଉଁ ରଙ୍ଗର ପରଦା ଲଗେଇଲେ କ’ଣ ହୁଏ ଜାଣନ୍ତୁ

୧ – ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ ଲାଲ ରଙ୍ଗର ପରଦା ଲଗାନ୍ତୁ । ଲାଲ ରଙ୍ଗର ପରଦା ଲଗାଇବା ଦ୍ୱାରା ପରିବାରରେ ସୁଖ ବଢିଥାଏ ।

୨ – ଘରର ପୂର୍ବ ଦିଗରେ ନୀଳ ରଙ୍ଗର ପରଦା ଲଗାନ୍ତୁ । ଏହା ଦ୍ଵାରା ବ୍ୟବସାୟରେ ଲାଭ ହେବା ସହ ମାଆ ଲକ୍ଷ୍ମୀ ସନ୍ତୁଷ୍ଟ ରୁହନ୍ତି । ମା ଲକ୍ଷ୍ମୀଙ୍କ କୃପା ସଦେବ ଆପଣଙ୍କ ଉପରେ ରହିବ ।

୩-  ବାସ୍ତୁଶାସ୍ତ୍ର ଅନୁସାରେ ଉତ୍ତର ଦିଗରେ ନୀଳ ରଙ୍ଗର ପରଦା ଲଗାନ୍ତୁ ।  ଏହା ଦ୍ୱାରା ଘରର ଆର୍ଥିକ ସମସ୍ୟା ଦୂର ହୁଏ । କେବେ ବି ଘରେ ଅସୁବିଧା ଲାଗି ରହେ ନାହିଁ ।

୪ – ବାସ୍ତୁଶାସ୍ତ୍ର ଅନୁସାରେ ଦକ୍ଷିଣ-ପଶ୍ଚିମ କୋଣରେ ସବୁଜ ଓ କଳା ରଙ୍ଗର ପରଦା ଲଗାଇବା ଉଚିତ । ଏହା ଦ୍ଵାରା ଆପଣଙ୍କ ବ୍ୟବସାୟରେ କେବେ ବି ଅସୁବିଧା ହେବ ନାହିଁ । ଦକ୍ଷିଣ-ପୂର୍ବ ଦିଗରେ ଲାଲ ରଙ୍ଗର ପରଦା ମଧ୍ୟ ଆପଣ ଲଗାଇ ପାରିବେ ।

୫-  ଘରର ଉତ୍ତର-ପୂର୍ବ ଦିଗରେ ଧଳା କିମ୍ବା ହଳଦିଆ ରଙ୍ଗର ପରଦା ଲଗାଇ ପାରିବେ । ଧଳା ରଙ୍ଗର ପରଦା ଲଗାଇବା ଦ୍ଵାରା ଘରେ ସମସ୍ତେ ଖୁସିରେ ରହିବେ ଓ ଘର ପରିବେଶ ଶାନ୍ତି ରହିବା ।


ପଢନ୍ତୁ ;

ଆପଣ ଜାଣିଛନ୍ତି କି ପୁଅମାନେ ପ୍ରେମରେ ପଡ଼ିଲା ପରେ କ’ଣ ପରିବର୍ତ୍ତନ ଆସିଥାଏ ?

Related posts

ଉପହାର ସମ୍ପର୍କକୁ ମଧୁର କରେ ମାତ୍ର କିଛି ଉପହାର ସମ୍ପର୍କରେ ଆଣିପାରେ ତିକ୍ତତା, ଜାଣନ୍ତୁ ସେ ସମ୍ପର୍କରେ

ବାସ୍ତୁ ଅନୁଯାୟୀ ସଜାନ୍ତୁ ଅଫିସ, ସଫଳତା ମିଳିବା ସହ ଦୂର ହେବ ନକାରାତ୍ମକ ଶକ୍ତି

ଘରୁ ବାସ୍ତୁଦୋଷ ଦୂର କରିବା ପାଇଁ ଲଗାନ୍ତୁ ଏହି ସବୁ ଗଛ