ଦର୍ଶକମାନଙ୍କ ଅପେକ୍ଷାର ଅନ୍ତ କେବେ କରିବେ ଏହି ନାୟିକା ଜଣକ ?

ଉଭୟ ଛୋଟ ଏବଂ ବଡ଼ ପରଦାରେ ସେ ବେଶ ପରିଚିତ । ଏହି ନାୟିକାଜଣକ ରିଆଲିଟି ସୋ’ “ବିଗ ବ୍ରେକ”ରେ ନିଜର ଦମଦାର୍‌ ଅଭିନୟ ପ୍ରତିଭାର ପାରାକାଷ୍ଠା ପ୍ରଦର୍ଶନ କରି ଛୋଟ ପରଦାରେ ପ୍ରବେଶ କରିଥିଲେ । ଛୋଟ ପରଦାରେ ପ୍ରସାରିତ ମେଗା ଧାରାବାହିକ ‘ କିଛି ଲୁହ ପିଇଯାଏ ଓଠ’ରେ ତାଙ୍କୁ ସର୍ବପ୍ରଥମେ ନାୟିକା ରୂପରେ ଦେଖିବାକୁ ମିଳିଥିଲା ଏବୋଂ ପରେ ପରେ ଅନେକ ଧାରାବାହିକ, ଆଲବମ ଗୀତ ଓ ବଡ ପରଦାରେ ଆସି ବେଶ ଏକ ଚର୍ଚ୍ଚିତ ଚେହେରା ହେବାସହ ଦର୍ଶକଙ୍କ ନିକଟରେ ଅତି ପ୍ରିୟ ହେଇପାରିଛନ୍ତି । ଏହି ନାୟିକା ଜଣକ ହେଲେ ଲିପ୍ସା ମିଶ୍ର

“ସମୟ ବଡ ବଳବାନ”, “ମାୟା” ଏବଂ “ପିଲାଟା ବିଗିଡ଼ିଗଲା” ଲିପ୍ଶାଙ୍କର ଅଭିନୀତ ସିନେମା । ମାୟାରେ ଜଣାଶୁଣା ନାୟକ ସୁନୀଲ କୁମାରଙ୍କ ବିପକ୍ଷରେ ନାୟିକା ବନିଥିବା ବେଳେ ‘ ପିଲାଟା ବିଗିଡ଼ିଗଲା’ରେ ଲିପ୍ଶା କମେଡିଆନ୍‌ ପପୁ ପମ୍‌ପମ୍‌ଙ୍କ ବିପକ୍ଷରେ ନଜର ଆସିଥିଲେ ।

ଏହାଛଡା ଆଉ କେତେକ ସିନେମା ପାଇଁ ମଧ୍ୟ ସେ ଚୁକ୍ତିବଦ୍ଧ ହେଇଛନ୍ତି । ହେଲେ କିଛିଟା କାରଣ ବଶତଃ ଏହା ଅଧାରେ ଅଟକି ରହିଛି । ସେଗୁଡିକ ହେଲା ‘ଆତ୍ମା’, ‘ଜୋକର୍‌’ ଓ ‘ତତେ କିଛି କହିବାର ଅଛି ’ । ‘ଆତ୍ମା’ରେ ଲିପ୍ସାଙ୍କୁ ଚକଲେଟି ହିରୋ ଅଭିଷେକଙ୍କ ସହ, ‘ ଜୋକର’ରେ ପପୁ ପମ୍‌ପମ୍‌ଙ୍କ ବିପକ୍ଷରେ ନିଆଯାଇଥିଲା ।

ଏହାସହ ଲିପ୍ସା ଛୋଟ ପରଦାର ସାର୍ଥକ ଟିଭିରେ ପ୍ରସାରିତ “ତୋ’ ଅଗଣାରେ ତୁଳସୀ ମୁଁ” ରେ ନିୟମିତ ଭାବେ ଅଭିନୟ କରୁଥିଲେ, ହେଲେ ସେହି ମେଗା ଧାରାବାହିକରେ ବି ତାଙ୍କୁ ଢ଼େର ଦିନ ହେବ ଦେଖିବାକୁ ମିଳୁ ନାହିଁ। ଯାହା ଜଣାପଡୁଛି ସେ ବୋଧେ କିଛି ଧମାକଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି । ତେଣୁ ଛୋଟ ବଡ କେଉଥିରେ ବି ଦେଖା ମିଳୁନାହାନ୍ତି । ଦର୍ଶକମାନଙ୍କ ଅପେକ୍ଷାର ଅନ୍ତ କେବେ କରିବେ ଏହି ନାୟିକା ଜଣଙ୍କ କେବଳ ତାକୁ ଅପେକ୍ଷା ।

ପଢନ୍ତୁ, ଆବୁଧାବିରେ ଧୁମ ମଚେଇଲା, ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀଙ୍କ ଅଭିନୀତ “ପିଲାଟା ବିଗିଡିଗଲା”

Related posts

ଭିନ୍ନ ଏକ ଭୂମିକାରେ ନଜରକୁ ଆସିବେ ବିଦ୍ୟା ବାଲନ

ପୁଣିଥରେ ମା’ ହେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ରାଜ୍ୟ ଫିଲ୍ମ ପୁରସ୍କାର ଘୋଷଣାକୁ ନେଇ ବରିଷ୍ଠ ଅଭିନେତ୍ରୀ ମହାଶ୍ୱେତା ରାୟ ଙ୍କ ପ୍ରଶ୍ନ, ଲୋଡିଲେ ସହାୟତା