ହୃଦ୍‌ଜନିତ ସମସ୍ୟାକୁ ଦୂରକରିବାକୁ ଭୋଜନରେ ସାମିଲ କରନ୍ତୁ ଏହିସବୁ ଖାଦ୍ୟ

ଲୋକଙ୍କର  ବୟସ ୩୦ରୁ ଅଧିକ ହେଲେ ସେମାନଙ୍କ  ଶରୀର ପାଇଁ ଜରୁରୀ ହେଉଥିବା ନ୍ୟୁଟ୍ରିସନ୍‌, ଆଇରନ୍ ଓ କ୍ୟାଲସିୟମ୍‌ର କମି ହୋଇଥାଏ । ୩୦ ବର୍ଷ ପରେ ଓଜନ ବଢ଼ିବା, ମାଂସପେଷୀ ଦୁର୍ବଳ ହେବା, ହୃଦ୍‌ଜନିତ ସମସ୍ୟା ଓ ମଧୁମେହ ଦେଖା ଦେଇଥାଏ ।

ଜାଣନ୍ତୁ ନିଜର ଖାଦ୍ୟରୁଚିରେ ପରିବର୍ତ୍ତନ ଆଣି ଏହି ସବୁ ସମସ୍ୟାରୁ କେମିତି ଦୂରେଇବେ-

  • ପାଳଙ୍ଗ ଶାଗ : ଏଥିରେ ଆଇରନ୍ ଓ ଭିଟାମିନ୍ ଡି ଥାଏ । ଏନିମିୟା (ରକ୍ତ କମିବା)ରୁ ବଞ୍ଚାଇଥାଏ, ହାଡ଼ ପାଇଁ ଫାଇଦା ହୋଇଥାଏ।
  • ଡାର୍କ ଚକଲେଟ୍‌ : ଏଥିରେ ଫ୍ଲେବୋନାଇଡସ୍‌, ଆଣ୍ଟିଅକ୍ସିଡେଣ୍ଟ୍‌ ଥାଏ । ଏହା ଦ୍ୱାରା ଚେହେରାରେ ରିଙ୍କଲସ (କୁଞ୍ଚନ) ଆସି ନ ଥାଏ, ସ୍ୱଭାବ ଭଲ ରହିଥାଏ ।
  • ମାଛ : ଏଥିରେ ଓମେଗା-୩ ଫେଟି ଏସିଡ୍‌ ଥାଏ। ହୃଦ୍‌ ଜନିତ ସମସ୍ୟା ଓ ଡିପ୍ରେସନରୁ ବଞ୍ଚାଇଥାଏ।
  • ଅଣ୍ଡା : ଏଥିରେ ଭିଟାମିନ୍‌ ଏ ଓ ଫସଫୋରସ୍‌ ଥାଏ । ଆଖି ସୁସ୍ଥ ରହେ ଓ ଦାନ୍ତ ମଜବୁତ ରହିଥାଏ।
  • ଓଟସ୍‌ : ଏଥିରେ ଫାଇବର୍ସ ଓ କାର୍ବୋହାଇଡ୍ରେଟ୍‌ ଥାଏ। ଏହା ଦ୍ୱାରା ହଜମ ଶକ୍ତି ବଢ଼ିଥାଏ, ଓଜନ ନିୟନ୍ତ୍ରଣରେ ରହିଥାଏ।
  • ବାଦାମ : ଏଥିରେ ଭିଟାମିନ ବି-୬ ଓ ଫୋଲିକ ଏସିଡ୍‌ ଥାଏ । ଏହା ଦ୍ୱାରା ସ୍ମରଣ ଶକ୍ତି ତେଜ ହୋଇଥାଏ ଓ ଅନୁର୍ବରତାରୁ ମଧ୍ୟ ବଞ୍ଚାଇ ଥାଏ।ଦହି : ଏଥିରେ କ୍ୟାଲସିୟମ୍‌, ପ୍ରୋବାୟୋଟିକ ବ୍ୟାକଟେରିଆ ଥାଏ । ଓଜନ ନିୟନ୍ତ୍ରଣରେ ରହିଥାଏ, ହାଡ଼ ମଜବୁତ ହୁଏ।
  • ବିଲାତି ବାଇଗଣ : ଏଥିରେ ଫାଇବର ଓ ଫ୍ଲେବୋନାଇଡସ୍‌ ଥାଏ । ଏହା ଦ୍ୱାରା ଓଜନ କମିଥାଏ ଓ ସୁନ୍ଦରତା ବଢ଼ିଥାଏ।
  • କ୍ଷୀର :ଏଥିରେ ଆଣ୍ଟିଅକ୍ସିଡେଣ୍ଟ୍‌ ପ୍ରୋଟିନ୍‌ ଥାଏ । ଏହା ଦ୍ୱାରା ମାଂସପେଷୀ ମଜବୁତ ହୁଏ ଓ ଚେହେରା ପାଇଁ ମଧ୍ୟ ଫାଇଦା ହୋଇଥାଏ।

ପଢନ୍ତୁ ;

ଫ୍ରିଜରେ ଅଣ୍ଡା ରଖି ବ୍ୟବହାର କରୁଛନ୍ତି କି ? ତେବେ ସାବଧାନ ହୋଇଯାଆନ୍ତୁ !

Related posts

ଅଣ୍ଟା ବ୍ୟଥାର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ

କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ

ଉଚ୍ଚ ରକ୍ତଚାପର ଲକ୍ଷଣ ଓ ଘରୋଇ ଉପଚାର ବିଷୟରେ ନଜର ପକାନ୍ତୁ