ବେଙ୍ଗାଲୁରରେ ହେବ ସବୁଠୁ ବଡ଼ ଏୟାର ସୋ

ଏସିଆର ସବୁଠାରୁ ବଡ ବିମାନ ପ୍ରଦର୍ଶନୀ ଏରୋ ଇଣ୍ଡିଆ ଆୟୋଜନକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଏହି କ୍ରମରେ ବାୟୁ ସେନାର ଏୟାର ସୋ ସହ ଏକ ପ୍ରତିରକ୍ଷା ପ୍ରଦର୍ଶନୀ ଲକ୍ଷ୍ନୌ ବଦଳରେ ବେଙ୍ଗାଲୁରରେ ୟେଲଙ୍କା ବିମାନଘାଟିରେ କରିବାକୁ ପ୍ରତିରକ୍ଷା ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରରେ ୨୦୧୯ ଫେବୃଆରୀ ୨୦ରୁ ୨୪ ତାରିଖ ପର୍ଯ୍ୟନ୍ତ ଏୟାର ସୋ ଏବଂ ପ୍ରତିରକ୍ଷା ପ୍ରଦର୍ଶନୀ ଆୟୋଜିତ ହେବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଶନିବାର ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ,ଗତ ବର୍ଷ ପ୍ରଥମେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ତାଙ୍କ ରାଜ୍ୟରେ ଏହି ପ୍ରଦର୍ଶନୀ କରିବାକୁ ଅନୁରୋଧ କରିଥିଲେ। ପ୍ରତିରକ୍ଷା ମନ୍ତ୍ରାଳୟ ପ୍ରଥମେ ଲକ୍ଷ୍ନୌର ବକ୍ସି କା ତାଲବ ବିମାନଘାଟିରେ ଏୟାର ସୋ କରିବାକୁ ନିଷ୍ପତ୍ତି ନେଇଥିଲା। ହେଲେ ଏନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନଥିଲା। ଏହି ନିଷ୍ପତ୍ତି କଥା ପ୍ରଘଟ ହେବା ପରେ କର୍ଣ୍ଣଟକବାସୀ କ୍ଷୋଭ ପ୍ରକାଶ କରିଥିଲେ ଓ ସେଠାରେ ଅସନ୍ତୋଷ ଦେଖା ଦେଇଥିଲା। ଫଳରେ ଏହି ସୋ ସ୍ଥାନ ଲକ୍ଷ୍ନୌ ବଦଳରେ ବେଙ୍ଗାଲୁରକୁ ପରିବର୍ତ୍ତିତ କରାଯାଇଛି।

ପଢନ୍ତୁ;ନେପାଳରେ ହେଲିକାପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

Related posts

ଓଡିଶାରେ ୩ ହଜାର କୋଟିର ପୁଞ୍ଜି ନିବେଶ କରିବ ରିଲାଏନ୍ସ

କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

ଯୌତୁକ ପାଇଁ ଜାଳିଦେଲେ ! ସ୍ଵାମୀ ,ଶାଶୁ ଶ୍ୱଶୁର ଗିରଫ