କଟକରେ ପୁଣି ଏନ୍‌କାଉଣ୍ଟର : ଯୁଗର ଡାହାଣ ଗୋଡ଼ରେ ବାଜିଛି ଗୁଳି !

ଏସସିବିରେ ଭର୍ତି

୨୪ ଘଣ୍ଟାରେ କଟକ ପୁଲିସ୍‌କୁ ଆଉ ଏକ ସଫଳତା ମିଳିଛି । ଏହି ଏନ୍‌କାଉଣ୍ଟରରେ ଶିକାର ହୋଇଛନ୍ତି ଯୁଗ ଓରଫ ବାସିର ଖାଁ । ବସିରର ଡାହାଣ ଗୋଡ଼ରେ ଗୁଳି ବାଜିଛି, ଚିକିତ୍ସା ଲାଗି ତାଙ୍କୁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ଗତ ୧୯ ତାରିଖରେ କଟକ ସଦର ଥାନା ପିସିଆର ଗାଡି ଉପରକୁ ବୋମାମାଡ ଘଟଣାରେ ସଂପୃକ୍ତ ଥିଲା ଯୁଗା ଖାନ୍ ।

ସୂଚନାନୁଯାୟୀ, ଯୁଗ ବ୍ରାହ୍ମଣଝରିଲୋ କୋଲ୍ଡଷ୍ଟୋର ନିକଟରେ ବୁଲୁଥିବାବେଳେ ପୋଲିସ ତାଙ୍କୁ ଗିରଫ କରିବା ପାଇଁ ଉଦ୍ୟମ କରିଥିଲା। ମାତ୍ର ସେ ପୋଲିସ ଟିମ୍‌ ଉପରକୁ ବୋମା ଫିଙ୍ଗି ଖସିଯିବାକୁ ଚେଷ୍ଟା କରିଥିଲେ । ଫଳରେ ସଦର ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା ଯୁଗଙ୍କ ଗୋଡ଼କୁ ଲକ୍ଷ୍ୟକରି ଗୁଳି ଚଳାଇଥିଲେ। ଯୁଗଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିଛି ।ପୂର୍ବରୁ ଯୁଗାର ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧି କାକୁ ସିଂକୁ ବି ପୋଲିସ ଏନକାଉଂଟର କରିଥିଲା ।

ଗତକାଲି ରାତିରେ ଯୁଗକୁ ଧରିବା ଲାଗି ସଦର ପୋଲିସ ଓ ସ୍ପେଶାଲ ସ୍କ୍ଵାଡ୍ ମିଳିତ ଭାବେ ଚଢ଼ାଉ କରିଥିଲେ । ମାତ୍ର ଯୁଗା ପୁଲିସକୁ ଚକମା ଦେଖାଇ ଖସିଯିବାକୁ ଚେଷ୍ଟା କରିବାରୁ ପୁଲିସ ତା ଉପରକୁ ଗୁଳି ଚଳାଇଥିଲା । ଯୁଗଙ୍କ ନାମରେ ମଞ୍ଚେଶ୍ୱର ଓ ସଦର ଥାନାରେ ବିଭିନ୍ନ ମାମଲା ରହିଛି । ତାଙ୍କ ନିକଟରୁ ୩ଟି ବୋମା ଓ ଗୋଟିଏ ମୋବାଇଲ ଫୋନ୍‌ ଜବତ ହୋଇଥିବା ଡିସିପି ଅଖିଳେଶ୍ୱର ସିଂହ ସୂଚନା ଦେଇଛନ୍ତି ।

ପଢନ୍ତୁ ;

ଆଇପିଏଲର ଆଜି ପ୍ରଥମ କ୍ଵାଲିଫାୟର : ଚେନ୍ନାଇ ସୁପରକିଙ୍ଗସ୍ ବନାମ ସନରାଇଜର୍ସ ହାଇଦ୍ରାବାଦ

Related posts

ଭିଏତନାମ ରାଷ୍ଟ୍ରପତିଙ୍କ ପରଲୋକ

ଇଣ୍ଡିଗୋ ଏୟାର୍‌ଲାଇନ୍‌ ବସରେ ଅଗ୍ନିକାଣ୍ଡ

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ୩ ପୁଲିସ କର୍ମଚାରୀଙ୍କୁ ଅପହରଣ ପରେ ହତ୍ୟା