ପୁଣିଥରେ ନବଜୋତ ସିଂହ ଦେଲେ ବିବାଦୀୟ ବୟାନ

ନିର୍ବାଚନ କମିଶନଙ୍କ କାଦା ପଦକ୍ଷେପ ପରେ ମଧ୍ୟ ନେତାଙ୍କ ତୁଣ୍ଡ ବୋଲ ମାନାହିଁ। କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ଶିଦ୍ଧୁ  ବିହାରର କତିହାରରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇ ବିବାଦୀୟ ବୟାନ ଦେଇଛନ୍ତି। ମୁସଲମାନ ସମ୍ପ୍ରଦାୟ ଏକଜୁଟ ହୋଇ କଂଗ୍ରେସ ସପକ୍ଷରେ  ମତଦାନ କରିବାକୁ ସେ ଆହ୍ଵାନ ଦେଇଛନ୍ତି।ସେ କହିଛନ୍ତି, ମୁଁ ଏଠାରେ ଆପଣମାନଙ୍କୁ ଚେତଇ ଦେବାକୁ ଆସିଛି। ଏମାନେ ଆପଣଙ୍କୁ ବାଣ୍ଟିବାକୁ ଚେଷ୍ଟା କରୁଛନ୍ତି।

 

ଏଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ  ଲୋକ ଅନେକ ସଂଖ୍ୟାରେ ରହିଛନ୍ତି। ଏଣୁ  ଆପଣମାନେ ଯଦି ଏକତ୍ରିତ ହୋଇଯିବେ ତେବେ ମୋଦୀ ନିଶ୍ଚିତ ରୂପେ ପରାଜିତ ହେବେ। ଏହି ବୟାନ ପାଇଁ ଶିଦ୍ଧୁ ଙ୍କ ବିରୋଧରେ ମାମଲା   ହୋଇଥିଲାବେଳେ ଇସି ରିପୋର୍ଟ  ମାଗିଛି।

ପଢନ୍ତୁ: ଖରାରେ ଜଳିଲା ରାଜଧାନୀ: ଦିନକରେ ବଢିଲା ୪.୧ ଡିଗ୍ରୀ

Related posts

ବିଭିନ୍ନ ଗଣମାଧ୍ୟମର ଏକଜିଟ ପୋଲ ରେଜଲ୍ଟ ସଂକ୍ଷେପରେ

ଦାମୋଦର ରାଉତଙ୍କ ଭବିଷ୍ୟବାଣୀ: ଏଥର ଓଡିଶାରେ ହେବ ଝୁଲା ବିଧାନସଭା

ଏକ୍‌ଜିଟ୍‌ ପୋଲ୍‌: ଓଡିଶାରେ ବିଜେଡ଼ିକୁ ମିଳିବ ଅଧିକ ସିଟ