କଲାମ ଦ୍ୱୀପରୁ ଅଗ୍ନି-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

 ଆଜି ଅଗ୍ନୀ-୨ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଦୂରଗାମୀ ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ର ଅଗ୍ନି-୨ କ୍ଷେପଣାସ୍ତ୍ରର ଆଜି ସଫଳ ପରୀକ୍ଷଣ ହୋଇଛି । ଆଜି ସକାଳ ୮.୪୦ ମିନିଟରେ ଭଦ୍ରକ ଧାମରା ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଂଚପ୍ୟାଡରୁ ଅଗ୍ନି-୨ର ବ୍ୟବହାରିକ ପରୀକ୍ଷଣ କରାଯାଇଛି।

ଅଗ୍ନି-୨ କ୍ଷେପଣାସ୍ତ୍ର ପରୀକ୍ଷଣ ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଥିଲା । ତେବେ ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିଡିୟମ ରେଂଜ ବାଲାଷ୍ଟିକ ମିଶାଇଲର ଯୁଦ୍ଧାସ୍ତ୍ର ବହନ କ୍ଷମତା ୧୫ଶହରୁ ୨୫ଶହ କିଲୋଗ୍ରାମ । ସେକେଣ୍ଡ ପ୍ରତି ଏହାର ବେଗ ୩.୯ କିଲୋମିଟର। ଏହି କ୍ଷେପଣାସ୍ତ୍ର ଯେକୌଣସି ରେଲ୍ ମୋବଇଲ ଲଂଚରରୁ ପରୀକ୍ଷା କରାଯାଇପାରିବ।

ଏଠାରେ କହିରଖୁଚୁ ଯେ ,୧୯୯୯ ଅପ୍ରେଲ୍‌ ୧୧ରେ ଅଗ୍ନି-୨ର ପ୍ରଥମ ସଫଳ ପରୀକ୍ଷଣ ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ କରାଯାଇଥିଲା । ୨୦୧୭, ମେ ୪ରେ ଶେଷ ଥର ପାଇଁ ଧାମରା ବନ୍ଦରରୁ ପରୀକ୍ଷା ହୋଇଥିଲା।

ପଢନ୍ତୁ;

ଘରୋଇ ବସ୍ ମାଲିକ ସଂଘର ଘୋଷଣା : ମାର୍ଚ୍ଚ ୧୪ରୁ ବସ୍ ଧର୍ମଘଟ!

Related posts

ଆସନ୍ତାକାଲି ଓଡିଶା ଆସିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ନାଲି ଆଖି ଦେଖାଇଲେ ଇମ୍ରାନ,କହିଲେ ଯୁଦ୍ଧ କଲେ ଏହାର ଜବାବ ଦେବୁ  

ଅନ୍ତିମ ଯାତ୍ରାରେ ମେଜର ବିଭୂତି,‘ଆଇ ଲଭ୍‌ ୟୁ’କହି ଶେଷ ବିଦାୟ ଦେଲେ ପତ୍ନୀ