ମଝି ଆକାଶରେ ଦୁଇ ଯାତ୍ରୀବାହୀ ବିମାନ ମୁହାଁମୁହିଁ : ଅଳ୍ପକେ ବଞ୍ଚିଲେ ୧୫୦ରୁ ଉର୍ଦ୍ଧ୍ୱ ଯାତ୍ରୀ

ଫେବୃଆରୀ ୭ରେ ଆକାଶରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳି ଯାଇଛି।

କିଛି ସକେଣ୍ଡ ବ୍ୟବଧାନରେ ଶତାଧିକ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି। ଭିସ୍ତାରା ଏୟାରଲାଇନ୍ସ ଏବଂ ଏୟାର ଇଣ୍ଡିଆର ବିମାନ ମୁମ୍ବାଇ ଉପରେ ଉଡାଣ ଭରୁଥିଲେ, ସେହି ସମୟରେ ଉଭୟ ବିମାନ ପରସ୍ପର ସାମ୍ନି ସାମ୍ନି ହୋଇଯାଇଥିଲେ।ସୌଭାଗ୍ୟ କ୍ରମେ ପାଇଲଟ୍‌ ଦ୍ୱୟ ସତର୍କ ହୋଇ ବିମାନ ଦୁଇଟିର ଗତିପଥ ତୁରନ୍ତ ପରିବର୍ତ୍ତନ କରିଦେବାରୁ ୧୫୦ରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କର ଜୀବନ ଅଳ୍ପକେ ବଞ୍ଚିଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେବା ସହ ଦୁଇ ଜଣ ପାଇଲଟଙ୍କୁ ନିଲମ୍ବନ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ , ଗତ ବୁଧବାର ସନ୍ଧ୍ୟା ପ୍ରାୟ ୮ଟା ବେଳେ ମଝି ଆକାଶରେ ବିପରୀତ ଦିଗରୁ ଆସୁଥିବା ଦୁଇ ଯାତ୍ରୀବାହୀ ବିମାନ ଏୟାର ଭିସ୍ତାରାର ୟୁକେ-୯୯୭ ଏବଂ ଏୟାର ଇଣ୍ଡିଆର ଏଆଇ ୬୩୧ ବିମାନ ମୁହାଁମୁହିଁ ହୋଇଯାଇଥିଲେ। ଉଭୟ ବିମାନ ପରସ୍ପର ସହ ଧକ୍କା ହେବାର ଅଳ୍ପ କିଛି ସେକେଣ୍ଡ ପୂର୍ବରୁ ନିଜ ନିଜର ଗତିପଥରେ ପରିବର୍ତ୍ତନ କରିଦେବାରୁ ବଡ଼ ଧରଣର ଦୁର୍ଘଟଣା ଅଳ୍ପକେ ଟଳି ଯାଇଥିଲା।

ଭିସ୍ତାରର ମୁଖପାତ୍ର କହିଛନ୍ତି ଯେ ପ୍ରଶାସନ ଏହି ଘଟଣାର କାରଣର ଯାଞ୍ଚ କରୁଛନ୍ତି। ସେ କହିଛନ୍ତି ଯେ ଆମ ପାଇଁ ଯାତ୍ରୀ ଏବଂ ଷ୍ଟାଫଙ୍କ ସୁରକ୍ଷା ସବୁଠୁ ମହତ୍ଵପୂର୍ଣ୍ଣ। ଅନ୍ୟ ପଟେ ଏୟାର ଇଣ୍ଡିଆର ଏକ ଅଧିକାରୀ କହିଛନ୍ତି ଯେ କ୍ରୁଙ୍କ ବୁଦ୍ଧିମତା ଯୋଗୁଁ ଏତେ ବଡ଼ ଟଳି ଯାଇଛି। ଭିସ୍ତାର ଏୟାରଲାଇନ୍ସ ଏବଂ ଏଟିସି ମଧ୍ୟରେ କିଛି ଦ୍ଵନ୍ଦ ରହିବାରୁ ଏମିତି ଘଟଣା ଘଟିଥିଲା। ଉଲ୍ଲେଖଯୋଗ୍ୟ ଏହା ପୂର୍ବରୁ ଜାନୁଆରୀ ୨୮ରେ ଇଣ୍ଡିଗୋ ଏବଂ ଏମରିରେଟ୍ସର ବିମାନ ପରସ୍ପରର ଅତି ନିକଟତର ହୋଇଯାଇଥିଲେ।

ପଢନ୍ତୁ;

ମିହିର ଦାସ ଓ ଅନୁ ଚୌଧୁରୀଙ୍କ ପରେ ଆଜି ବିଜେପିରେ ସାମିଲ ହେବେ ଅଭିନେତ୍ରୀ ମହାଶ୍ୱେତା ରାୟ

Related posts

ସିବିଆଇକୁ ଆନ୍ଧ୍ର ପ୍ରଦେଶ , ପ.ବଙ୍ଗ ମନା

ଏକାମ୍ର କ୍ଷେତ୍ର ପୁରୁଣା ଭୁବନେଶ୍ୱର ପାଇବ ନୂଆ ରୂପ,ଦେବ ଆଇ ଲଭ୍ ଭୁବନେଶ୍ଵରର ପରିଚୟ

ସ୍କୁଲ୍ ବସ୍ ଦୁର୍ଘଟଣାଗ୍ରସ୍ତ, ୧୨ ଛାତ୍ରୀଛାତ୍ର ଆହତ