ଅଚଳ ହୋଇଛି ଏୟାରସେଲ ନେଟଓ୍ଵର୍କ ! ଏହି ସମସ୍ୟାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଦେଖାଦେଇଛି ତୀବ୍ର ଅସନ୍ତୋଷ

କିଛି ଦିନହେବ ଏୟାରସେଲ ନେଟଓ୍ଵର୍କରେ ଦେଖାଦେଇଛି ସମସ୍ୟା। ଗତ ମଙ୍ଗଳବାର ମଧ୍ୟରାତ୍ରିରୁ ସାରା ଓଡ଼ିଶାରେ ଏୟାରସେଲ ନେଟଓ୍ଵର୍କ ଉଡ଼ିଯାଇଛି । ଓଡ଼ିଶାରେ ଏକ ଅଗ୍ରଣୀ ମୋବାଇଲ ନେଟଓ୍ଵର୍କ କମ୍ପାନି ବୋଲି ଦାବି କରୁଥିବା ଏୟାରସେଲର ନେଟଓ୍ଵର୍କ ଉଡ଼ିଯିବାର କାରଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗତକାଲି ଦିନତମାମ ନେଟଓ୍ଵର୍କ ନ ଥିବା ଅଭିଯୋଗ ହୋଇଛି ।

ଏୟାରସେଲ କମ୍ପାନିର କଷ୍ଟମର କେୟାରକୁ ନମ୍ବରକୁ ଯୋଗାଯୋଗ କରାଗଲେ କେଉଁ କାରଣ ପାଇଁ ନେଟଓ୍ଵର୍କ ନାହିଁ ତାହାର ସ୍ପଷ୍ଟ କାରଣ ରଖିପାରୁ ନାହାନ୍ତି ଅଧିକାରୀ । ଯଦିଓ ସଂଧ୍ୟାରେ କିଛି ମୋବାଇଲରେ ନେଟଓ୍ଵର୍କ ଆସିଥିବା ସୂଚନା ମିଳିଛି।ତେବେ ନେଟଓ୍ଵର୍କକୁ ନେଇ ହୋଇଥିବା ସମସ୍ୟାକୁ ନେଇ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ମୁତାବକ,ଗତକାଲି ରାତି ୧୨ଟା ବେଳକୁ ଏୟାରସେଲ ନେଟଓ୍ଵର୍କ ଅଚଳ ହୋଇ ଯାଇଥିଲା।

ରାତିରେ ନେଟଓ୍ଵର୍କ ଚାଲିଯାଇଥିଲେବେଳେ  ଲୋକମାନେ ସକାଳେ ଫୋନ୍ କରିବା ସମୟରେ  ଅସୁବିଧାରେ ପଡିଥିଲେ । ଏୟାରସେଲ ନେଟଓ୍ଵର୍କ ନ ଥିବାରୁ ଗ୍ରାହକମାନେ ଅନ୍ୟ ନମ୍ବର ଏୟାରସେଲ କଷ୍ଟମର କେୟାରକୁ ଯୋଗାଯୋଗ କରିଥିଲେ । ମାତ୍ର କଷ୍ଟମର କେୟାରରେ ଥିବା ଅଧିକାରୀ ଏଭଳି ସମସ୍ୟା ନେଟଓ୍ଵର୍କ ଜାମ୍ ଯୋଗୁଁ ହୋଇଥିବା କହିଥିଲେ ।

ଆସନ୍ତା ୨୪ ଘଣ୍ଟା ପରେ ଏହି ସମସ୍ୟାର ସମାଧାନ ହେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି । କଷ୍ଟମର କେୟାରକୁ ଯୋଗାଯୋଗ କରାଗଲେ ସେମାନେ କେଉଁ ଅଞ୍ଚଳରେ ନେଟଓ୍ଵର୍କ ନାହିଁ ଓ କେଉଁ ନମ୍ବରରେ ଏଭଳି ସମସ୍ୟା ହେଉଛି ତାହାର ସମାଧାନ ପାଇଁ ସେସବୁ ନମ୍ବରକୁ ଟିପି ରଖୁଛନ୍ତି । ମାତ୍ର ସଂଧ୍ୟା ସୁଦ୍ଧା ଏହି ସମସ୍ୟାର ସମାଧାନ ହୋଇପାରି ନାହିଁ ।

ଅନ୍ୟପକ୍ଷରେ ଏଭଳି ସମସ୍ୟା ଦେଖାଦେବା ପରେ ଅନେକ ଗ୍ରାହକ ଫର୍ଚୁନ୍ ଟାଓ୍ଵାରରେ ଥିବା ଏୟାରସେଲର ଆଞ୍ଚଳିକ କାର୍ଯ୍ୟାଳୟକୁ ଯୋଗାଯୋଗ କରିଥିଲେ । ସେଠାରେ ଥିବା ଅଧିକାରୀ ଏ ବିଷୟରେ କିଛି କହିବାକୁ ମନା କରି ଦେଇଥିଲେ । କିଛି ଡିଷ୍ଟ୍ରିବ୍ୟୁଟର ପଏଣ୍ଟରେ ଏୟାରସେଲ ଓଡ଼ିଶାର କିଛି ଟଙ୍କା ବାକି ରହିଥିବା କାରଣରୁ ନେଟଓ୍ଵର୍କକୁ କାଟି ଦିଆଯାଇଥିବା କହିଥିଲେ। ମାତ୍ର କେତେ ପରିମାଣର ଟଙ୍କା ଓ କାହାର ପାଖରେ ବାକି ରହିଛି ତାହାର ସ୍ପଷ୍ଟ କାରଣ ଜଣାପଡ଼ି ନାହିଁ।

ପଢନ୍ତୁ;

ଦକ୍ଷିଣ ଆଫ୍ରିକା : ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଲେ ଜାକୋବ ଜୁମା

Related posts

ପାୱାରବ୍ୟାଙ୍କ୍ ବ୍ୟବହାର କରୁଛନ୍ତି କି? ସାବଧାନ! ନଚେତ ହୋଇପାରେ ଏହି ସବୁ ଅସୁବିଧା

ବାବା ରାମଦେବ ଲଞ୍ଚ କଲେ ପତଞ୍ଜଳି ସିମ୍ ! ୧୪୪ ଟଙ୍କାରେ ମିଳିବ ୨ ଜିବି ଡାଟା ସହ ୫ ଲକ୍ଷ ଟଙ୍କାର ଜୀବନ ବୀମା

ନିପା ଭାଇରସ ଆତଙ୍କ: କେମିତି ବ୍ୟାପେ ନିପା ଭାଇରସ,ଜାଣନ୍ତୁ ଏହାର କାରଣ ଏବଂ ନିରାକରଣ