ମାଗାଜିନରେ ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କୁ କଭର୍ ଗର୍ଲ ଭାବେ ଦେଖିବାକୁ ପାଇବେ

ସୁନ୍ଦର ମହିଳାର ସମ୍ମାନ ମିଳିଛି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ

ଭାରତର ସବୁଠାରୁ ସୁନ୍ଦର ମହିଳାର ସମ୍ମାନ ମିଳିଛି ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ । ୨୦୧୮ ବର୍ଷ ପାଇଁ ସୁନ୍ଦର ମହିଳାର ସମ୍ମାନ ମିଳିଛି ଐଶ୍ୱର୍ଯ୍ୟାଙ୍କୁ । ଆଉ ତାଙ୍କୁ ଏହି ଟାଇଟଲ୍ ଦେଇଛି ପପୁଲାର୍ ମାଗାଜିନ୍ ଫେମିନା । ମାଗାଜିନରେ ମାର୍ଚ୍ଚ ମାସ ସଂସ୍କରଣରେ ଅଭିନେତ୍ରୀ ଐଶ୍ୱର୍ଯ୍ୟାକୁ କଭର୍ ଗର୍ଲ ଭାବେ ଦେଖିବାକୁ ମିଳିବ । କଭର୍ ଫଟୋରେ ଐଶଙ୍କ ବେଶ୍ ଗର୍ଜିଅସ୍ ଅନ୍ଦାଜ ଦେଖିବାକୁ ମିଳିଛି ।

ଏହାସହ ମାଗାଜିନରେ ଐଶ୍ୱର୍ଯ୍ୟାଙ୍କ ଆକର୍ଷଣୀୟ ଫଟୋ ସ୍ଥାନ ପାଇଛି । କର୍ଲ ହେୟାର୍ ସାଙ୍ଗକୁ ଭିନ୍ନ ଭିନ୍ନ ଷ୍ଟାଇଲିସ୍ କଷ୍ଟ୍ୟୁମରେ ନଜର ଆସିଛନ୍ତି ଐଶ୍ୱର୍ଯ୍ୟା । ଏହି କଭର ଫଟୋରେ ଐଶ୍ୱର୍ଯ୍ୟା ବହୁତ ସୁନ୍ଦର ଦେଖା ଯାଉଛନ୍ତି ।

ତେବେ ଐଶ୍ ଏବେ ନିଜ ଆଗାମୀ ଫିଲ୍ମ ଫ୍ୟାନି ଖାନର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ସହ ଅଭିନେତା ଅନୀଲ୍ କପୁର୍ ବି ଏକ ପ୍ରମୁଖ ଭୂମିକାରେ ନଜର ଆସିବେ । ଖାସ୍ କଥା ହେଲା ୧୫ ବର୍ଷ ପରେ ଐଶ୍ୱର୍ଯ୍ୟା ଓ ଅନୀଲ କପୁରଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ ।

ପଢନ୍ତୁ ;

ଅନୁଷ୍କା ମା ହେବାକୁ ନେଇ ସୋସିଆଲ ମିଡିଆରେ ଚର୍ଚା ଜୋର ଧରିଛି

Related posts

ଓଡିଆ ଝିଅ ଗାୟତ୍ରୀ ମହାନ୍ତି ହେଲେ ଶ୍ରୀମତୀ ଇଣ୍ଡିଆ ଗ୍ଲୋବାଲ ୟୁନିଭର୍ସ ୨୦୧୯

୧୦୦ କୋଟି ଆୟ ପରେ ୨୦୧୯ର ସଫଳ ଫିଲ୍ମ ତାଲିକାରେ ‘କବୀର ସିଂ’

ପୁଣିଥରେ ପରଦାକୁ ଫେରୁଛନ୍ତି ‘ଶକ୍ତିମାନ’