ବକ୍ସ ଅଫିସରେ ରାଜ କରୁଛି ଅଜୟ ଦେବଗନଙ୍କ ସିନେମା ‘ରେଡ୍’

ଦ୍ଵିତୀୟ ଓ୍ଵିକେଣ୍ଡରେ ମଧ୍ୟ କମାଲର ବ୍ୟବସାୟ

ଅଜୟ ଦେବଗନଙ୍କ ଆକ୍ସନ-ଥ୍ରୀଲର ଫିଲ୍ମ ରେଡ୍ ଘରୋଇ ବକ୍ସ ଅଫିସରେ ନିଜର କାମାଲ ଦେଖାଉଛି । ଦ୍ଵିତୀୟ ଓ୍ଵିକେଣ୍ଡରେ ମଧ୍ୟ କମାଲର ବ୍ୟବସାୟ କରୁଛି । ରାଜକୁମାର ଗୁପ୍ତାଙ୍କ ନିର୍ଦ୍ଦେଶିତ ସିନେମା ରେଡ ଦ୍ଵିତୀୟ ଓ୍ଵିକେଣ୍ଡରେ ଭଲ ବ୍ୟବସାୟ କରୁଛି । ରବିବାର ସିନେମା  ସାତ କୋଟି ୨୨ ଲକ୍ଷ ଟଙ୍କା ବ୍ୟବସାୟ କରିଛି ।

ଚଳିତ ୨୦୧୮ରେ  ଗୋଟିଏ ସପ୍ତାହରେ ଅଧିକ ଆୟ ଦୃଷ୍ଟିରୁ ରେଡ୍ ଦ୍ଵିତୀୟ ସିନେମା । ପ୍ରଥମରେ ରହିଛି ପଦ୍ମାବତ।   ପ୍ରାୟ ୧୦ କୋଟି ଚାରି ଲକ୍ଷ ଓପନିଂ ଦିନ ଆୟ କରିଥିବା ଅଜୟ ଓ ଇଲିୟାନ ଡିକ୍ରୁଜ ଷ୍ଟାରର ଫିଲ୍ମ ୧୯୮୧ରେ ଉତ୍ତର ପ୍ରଦେଶର ଲକ୍ଷ୍ନୌ ସହରରେ ହୋଇଥିବା ଏକ ସତ୍ୟ ଘଟଣା ଉପରେ ଆଧାରିତ ।

ସିନେମାରେ ଅଜୟ ଦେବଗନ ଆୟକର ବିଭାଗର ଅଫିସର ଭୂମିକାରେ ଅଭିନୟ କରିଛନ୍ତି। ରେଡ୍ ସାଢେ ତିନି ହଜାରରୁ ଅଧିକ ସ୍କ୍ରିନରେ ରିଲିଜ୍ ହୋଇଛି । ପ୍ରାୟ ୪୦ କୋଟି ଟଙ୍କାରେ ନିର୍ମିତ ଏହି ସିନେମା  ଏବେ ୯୦ ରୁ  ୧୦୦ କୋଟି ଟଙ୍କାର ବ୍ୟବସାୟ କରିବାର ଆଶା କରାଯାଉଛି ।

ଅଜୟ ଦେବଗନଙ୍କ ଗତ ବର୍ଷ ରିଲିଜ୍ ହୋଇଥିବା ଫିଲ୍ମ ଗୋଲମାଲ ଏଗେନ ୨୦୦ ରୁ ଅଧିକ କୋଟି ଟଙ୍କାର ବ୍ୟବସାୟ କରିଥିଲା ।

ପଢନ୍ତୁ ;

ପୁଜା ଦଦୱାଲଙ୍କୁ ସହାୟତା କଲେ ସଲମାନ ଖାନ

Related posts

ଅଭିନେତା ଇରଫାନ ଖାନ ଅଭିନୀତ ଫିଲ୍ମ ସାମିଲ ହେଲା ଓସ୍କାର ଦୌଡରେ

ହସ୍ପିଟାଲରେ ଭର୍ତ୍ତି ହେଲେ ଭାରତୀ ଏବଂ ପତି ହର୍ଷ

ଅଷ୍ଟ୍ରେଲିଆରେ ବର୍ଣ୍ଣ ବୈଷମ୍ୟର ଶିକାର ହେଲେ ଶିଳ୍ପା