ଷ୍ଟାଲିନ୍‌ଙ୍କ ନେତୃତ୍ଵକୁ ମାନିବେ ଆଲାଗିରି

ଡିଏମକେ ସୁପ୍ରିମୋ ଏମ୍‍ ଷ୍ଟାଲିନ୍‍ଙ୍କୁ ନେତା ମାନିବାରେ କିଛି ଅସୁବିଧା ନାହିଁ ବୋଲି କହିଛନ୍ତି ଡିଏମ୍‍କେରୁ ବହିଷ୍କୃତ ନେତା ତଥା ଷ୍ଟାଲିନ୍‍ଙ୍କ ବଡ଼ ଭାଇ ଏମ କେ ଆଲାଗିରି। ଏଥିସହିତ ସେ ଦଳକୁ ପୁଣି ଥରେ ଫେରିବା ପାଇଁ ଆଶା ବ୍ୟକ୍ତ କରିଛନ୍ତି। ଗୁରୁବାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେବା ଅବସରରେ ସେ ଏହା କହିଛନ୍ତି।

ସୂଚନାଯୋଗ୍ୟ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧିଙ୍କ ମୃତ୍ୟୁ ପରେ ଦଳର ସଭାପତି କିଏ ହେବ ତାକୁ ନେଇ ଚାଲିଥିଲା ଟଣା ଓଟରା। ପୂର୍ବରୁ ପିତାଙ୍କ ଜୀବିତାବସ୍ଥାରେ ଦଳର କାର୍ଯ୍ୟକାରୀ ସଭାପତି ଭାର ସମ୍ଭାଳିଥିବା କରୁଣାନିଧିଙ୍କ ସାନ ପୁଅ ଏମ୍‌କେ ଷ୍ଟାଲିନ ଦଳର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ହେଲେ ଏହା ପୂର୍ବରୁ ଦୁଇଭାଇ ଆଲାଗିରି ଓ ଷ୍ଟାଲିନଙ୍କ ଭିତରେ ଲାଗି ରହିଥିଲା ବିବାଦ। ୨୦୧୪ରେ ଦଳରୁ ବହିଷ୍କୃତ ହୋଇଥିବା ଆଲାଗିରି ଏବେ କିନ୍ତୁ ଦଳକୁ ଫେରିବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି।

ପଢନ୍ତୁ;ବଦଳିବ ମାଟ୍ରିକ୍ ପରୀକ୍ଷା ଢାଞ୍ଚା

Related posts

ବୈଜୟନ୍ତଙ୍କ ସମେତ ୨ଜଣଙ୍କୁ ଥାନାରେ ହାଜର ହେବାକୁ ନୋଟିସ

ବିଜେଡିରୁ ବହିଷ୍କାର ପରେ ବିଧାନସଭାରେ କେଉଁଠି ବସିବେ ଦାମ?

ଦାମ-ବିଷ୍ଣୁ କଳି ଚରମ ସୀମାରେ:ଗୁଲୁଗୁଲାରୁ ସିନେମା ଚୋର………